ଦ୍ରୌପଦୀଙ୍କ ନାମରେ ବିବାଦୀୟ ଟିପ୍ପଣୀ, ରାମଗୋପାଳ ବର୍ମାଙ୍କ ଗିରଫ ଦାବି
ପୁଣି ଅଡୁଆରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ରାମ ଗୋପାଳ ବର୍ମା । ଏନେଇ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ସହ ଗିରଫଦାରୀ ଦାବି କରାଯାଉଛି ।
ରାଇରଙ୍ଗପୁର: ପୁଣି ଅଡୁଆରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ରାମ ଗୋପାଳ ବର୍ମା । ଏନେଇ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ସହ ଗିରଫଦାରୀ ଦାବି କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ବିଜେପି ପକ୍ଷରୁ ମଧ୍ୟ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଆଦିବାସୀ ମହିଳା, ଯିଏକି ଭାରତର ସର୍ବୋଚ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ଉଦ୍ଦେଶ୍ୟରେ ବିବାଦୀୟ ଟିପ୍ପଣୀ ଦେଇ ସେ ତାଙ୍କୁ ଅପମାନିତ କରିଥିବା ବିଜେପି କହିଛି । ''ଏପରି ଅଶାଳୀନ ଟିପ୍ପଣୀକୁ କଦାପି ବରଦାସ୍ତ କରାଯିବ ନାହିଁ । ତାଙ୍କୁ ଯଥାଶୀଘ୍ର ଗିରଫ କରାଯାଉ । ନଚେତ୍ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ'' ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
କିଛି ଦିନ ପୂର୍ବେ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବର୍ମା ତାଙ୍କୁ ପରିହାସ କରି କହିଥିଲେ, "ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତାହାହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା କୌରବମାନେ କିଏ ? ତାଙ୍କର ଏଭଳି ଅଶୋଭନୀୟ ଟ୍ବିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ।"












Click it and Unblock the Notifications