ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି ବିବାଦୀୟ ବଲିଉଡ୍ କୁଇନ୍ କଙ୍ଗନା, ଏହି ଆସନରୁ ଲଢିବାକୁ ଇଛା
ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି ବିବାଦୀୟ ବଲିଉଡ୍ କୁଇନ୍ କଙ୍ଗନା, ଏହି ଆସନରୁ ଲଢିବାକୁ ଇଛା
ମୁମ୍ବାଇ: ରାଜନୀତିରେ ପାଦ ଦେଇ ପାରନ୍ତି ବଲିଉଡ୍ କୁଇନ୍ । ପ୍ରଥମ ଥର ଅଭିନେତ୍ରୀ କଙ୍ଗନା ରଣାୱତ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ଜନତା ଚାହଁନ୍ତି ସେ ନିଶ୍ଚୟ ରାଜନୈତିକ ମଇଦାନରେ ଓଲ୍ଲେଇବେ । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ଭାଗ ନେବାକୁ ଚାହୁଁଛନ୍ତି ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଇଛନ୍ତି ନିଜେ କଙ୍ଗନା ।

ସେହିପରି ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ କଙ୍ଗନା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଖୁବ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ମହାପୁରୁଷ ବୋଲି କହିଥିଲେ କଙ୍ଗନା । ହେଲେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, ରାହୁଲ ଜୀ ତାଙ୍କ ସ୍ତରରେ ଚେଷ୍ଟା କରୁଛନ୍ତି । କିନ୍ତୁ ମୋଦୀ ଜୀଙ୍କ ପାଇଁ ଦୁଃଖର କଥା ହେଲା ଯେ ରାହୁଲ ଜୀ ତାଙ୍କର ବିରୋଧୀ । ଆଉ ରାହୁଲଙ୍କ ପାଇଁ ଦୁଃଖର କଥା ହେଲା ଯେ ମୋଦୀ ଜୀ ତାଙ୍କ ବିରୋଧୀ । ସେପଟରେ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି କଙ୍ଗନା କହିଛନ୍ତି ଯେ ଆମ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ହିମାଚଳବାସୀ ଭାସିଯିବେ ନାହିଁ । ହିମାଚଳର ଲୋକଙ୍କ ପାଖରେ ନିଜର ସୌର ଶକ୍ତି ରହିଛି । ତେଣୁ ସେଠାରେ ମାଗଣା ବିଜୁଳି କଥା କହିଲେ ଲୋକେ ଶୁଣିବେ ନାହିଁ ।












Click it and Unblock the Notifications