ଚେନ୍ନାଇ ବିମାନ ବନ୍ଦରରେ ଅଭିନେତା ବାବୁଶାନ
ଚେନ୍ନାଇ ବିମାନ ବନ୍ଦରରେ ନଜର ଆସିଲେ ବିବାଦୀୟ ଅଭିନେତା ବାବୁଶାନ ମହାନ୍ତି । ଏୟାରପୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅନ୍ୟ ଦୁଇ ଜଣଙ୍କ ସହିତ ଦୃଶ୍ୟମାନ ହେଲେ ଅଭିନେତା ଜଣକ ।
ଭୁବନେଶ୍ବର: ଚେନ୍ନାଇ ବିମାନ ବନ୍ଦରରେ ନଜର ଆସିଲେ ବିବାଦୀୟ ଅଭିନେତା ବାବୁଶାନ ମହାନ୍ତି । ଏୟାରପୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅନ୍ୟ ଦୁଇ ଜଣଙ୍କ ସହିତ ଦୃଶ୍ୟମାନ ହେଲେ ଅଭିନେତା ଜଣକ । ତେବେ ବାବୁଶାନ ଓଡ଼ିଶା ଫେରୁଛନ୍ତି ତ ? କେତେ ବେଳେ ଓଡିଶା ପହଞ୍ଚିବେ ? ଓଡିଶା ଆସିଲେ କେଉଁଠିକୁ ଯିବେ ବାବୁଶାନ? ଏସବୁ ପ୍ରଶ୍ନ ଭିତରେ ରହିଛନ୍ତି ସମସ୍ତେ ।

ବାବୁଶାନ୍-ପ୍ରକୃତି- ତୃପ୍ତି ଭିଡ଼ିଓ ଭାଇରାଲ ହେବା ପରେ ଗଣମାଧ୍ୟମଠୁ ଦୂରରେ ରହିଥିଲେ ବାବୁଶାନ। ପୂର୍ବରୁ ଚେନ୍ନାଇରୁ ଫିଲ୍ମ ଦମନର ପୁରା ଟିମ୍ ଓଡ଼ିଶା ଫେରିଥିବା ବେଳେ ବାବୁ ଆସିନଥିଲେ । କିନ୍ତୁ ଫେରିବା ପାଇଁ ରିଟର୍ଣ୍ଣ ଟିକେଟ ହୋଇଥିଲେ ସତ୍ତ୍ବେ ଫେରିନଥିଲେ ସେ । ଏହି ମାମଲାରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା ।
ଆଜି ପ୍ରକୃତିଙ୍କ ପିତା ମନ୍ମଥ ମିଶ୍ର ବାବୁଶାନଙ୍କୁ ଚେନ୍ନାଇରେ ଦେଖା କରିଥିବା ମଧ୍ୟ କହିଛନ୍ତି । ତେବେ 3 ଦିନ ହେବ ବାବୁଶାନ ଚେନ୍ନାଇରେ କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି । କିନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର ବାବୁଶାନ ହିଁ ଦେଇ ପାରିବେ ବୋଲି ଆଶା ରହିଛି । ସେ ପହଞ୍ଚିବା ପରେ ପୋଲିସ ନୋଟିସ ଅନୁସାରେ ତାଙ୍କୁ ଜେରା ମଧ୍ୟ ହୋଇପାରେ।












Click it and Unblock the Notifications