ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ମୁମ୍ବାଇ ପୋଲିସ, ଅଭିନେତାଙ୍କୁ ମିଳିଲା Y+ ସୁରକ୍ଷା
ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ମୁମ୍ବାଇ ପୋଲିସ, ଅଭିନେତାଙ୍କୁ ମିଳିଲା Y+ ସୁରକ୍ଷା
ମୁମ୍ବାଇ: ବଲିଉଡର ଦବାଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ବାରମ୍ବାର ହତ୍ୟା ଧମକ ମିଳୁଛି । ଯାହାକୁ ନଜରରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏଥି ସହିତ ମୁମ୍ବାଇ ପୋଲିସ ପୁଣି ଥରେ ସଲମାନଙ୍କ ସୁରକ୍ଷାକୁ କଡାକଡି କରିଛି । ସୂଚନା ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ପୁଣି ଥରେ ଧମକ ମିଳିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପଛରେ ମଧ୍ୟ ଏହି ଗ୍ୟାଙ୍ଗର ହାତ ରହଛି ଓ ଏହା ପ୍ରମାଣିତ ମଧ୍ୟ ହୋଇସାରିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଅଭିନେତାଙ୍କ ସୁରକ୍ଷାକୁ ନେଇ କୌଣସି ଅବହେଳା କରିବା ପାଇଁ ଚାହୁଁ ନାହଁନ୍ତି । ସେଥିପାଇଁ ତାଙ୍କୁ Y + କ୍ୟାଟେଗୋରୀର ସୁରକ୍ଷା ଦିଆଯାଇଛି ।

୨୪ ଘଣ୍ଟା ସୁରକ୍ଷା ପାଇଁ ନିୟୋଜିତ ରହିବେ ସୁରକ୍ଷାକର୍ମୀ
ସଲମାନ ଖାନଙ୍କ ବ୍ୟତୀତ ମହାରାଷ୍ଟ୍ର ରାଜ୍ୟ ଡେପୁଟି ସିଏମ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଏହା ସହିତ, ୪ ଟି ସଶସ୍ତ୍ର ସୁରକ୍ଷା କର୍ମୀ ଉଭୟ ଭିଭିଆଇପିଙ୍କ ସହିତ ୨୪ ଘଣ୍ଟା ରହିବେ ।
ସଲମାନ ଖାନଙ୍କ ସୁରକ୍ଷା ନେଇ ଚିନ୍ତାରେ ମୁମ୍ବାଇ ପୋଲିସ
ଏହି ସମୟରେ ମୁମ୍ବାଇ ପୋଲିସ ଏବଂ ରାଜ୍ୟ ସରକାରଙ୍କ ପାଇଁ ସଲମାନ ଖାନଙ୍କ ସୁରକ୍ଷା ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବାସ୍ତବରେ ସଲମାନଙ୍କ ଜୀବନ ଉପରେ ବିପଦ ରହିଥିବା ନେଇ ଅନେକ ସୂଚନା ଦିଲ୍ଲୀ ପୋଲିସ କ୍ରମାଗତ ଦେଉଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ହୋଇଥିବା ଅନେକ ଅଭିଯୁକ୍ତ ସଲମାନ ଖାନଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି । ଅଭିଯୁକ୍ତଙ୍କ ବୟାନ ଏବଂ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ମିଳିଥିବା ଇନପୁଟଗୁଡିକର ଏକ ରିପୋର୍ଟ ପୋଲିସ ରାଜ୍ୟ ଗୃହ ବିଭାଗକୁ ହସ୍ତାନ୍ତର କରିଛି । ଏହା ପରେ ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଥିଲା ।












Click it and Unblock the Notifications