ବ୍ୟାନ୍ ହେବ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ !

Pushpa 2: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା :ଦ ରୁଲର୍' ରିଲିଜ ହେବା ପୂର୍ବରୁ ରହିଛି ବିବାଦରେ । ଦୀର୍ଘ ସମୟ ଧରି ଏହି ଫିଲ୍ମର ଅପେକ୍ଷାରେ ଥିଲେ ଦର୍ଶକ । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ୍ କରିବାକୁ ନେଇ ଦାବି କରାଯାଉଛି । ହରିୟାଣାରେ 'ପୁଷ୍ପା ୨: ଦ ରୁଲର୍'ର ଏକ ଦୃଶ୍ୟକୁ ବିରୋଧ କରାଯାଉଛି ।

Pushpa 2

ଦୈନିକ ଭାସ୍କରଙ୍କ ରିପୋର୍ଟ ଅନୁଯାୟୀ, ହରିୟାଣାର ହିସାରରେ 'ପୁଷ୍ପା ୨' କୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଛି । ବାସ୍ତବରେ ହିସାରରେ ଏକ ଗାଁର ପୋଲିସ ଷ୍ଟେସନରେ ଏହି ଫିଲ୍ମ ବିରୋଧରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ହିସାରର କୁଲଦୀପ କୁମାର କରିଛନ୍ତି । ଏହି ଚଳଚ୍ଚିତ୍ର ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀ କୁଲଦୀପ କହିଛନ୍ତି ଯେ 'ପୁଷ୍ପା : ଦ ରୁଲର୍'ର ଟ୍ରେଲରରେ ଆଲୁ ଅର୍ଜୁନଙ୍କୁ ଅର୍ଦ୍ଧନାରୀଶ୍ୱର ଚରିତ୍ରରେ ଦେଖିବା ପାଇଁ ମିଳୁଛି । ଏଥିରେ ମା କାଳୀଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ସିନେମାରେ ଅଭିନେତାଙ୍କୁ ଏପରି ଅନ୍ଦାଜ ଧାର୍ମିକ ଭାବନାକୁ କୁଠାକ୍ଷତ । ତେଣୁ ଫିଲ୍ମରୁ ଏହି ଦୃଶ୍ୟକୁ ହଟାଇବା ପାଇଁ ଦାବି କରାଯାଇଛି । ନଚେତ ଏହି ସିନେମା ହରିୟାଣାରେ ମୁକ୍ତିଲାଭ କରିପାରିବ ନାହିଁ ।

'ପୁଷ୍ପା ୨'ର ଟ୍ରେଲର କିଛି ପ୍ରଶଂସକଙ୍କୁ ପ୍ରଭାବିତ କରିଛି । ଫିଲ୍ମ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି ଏବଂ ହେଲେ ଦାବି କରାଯାଉଛି ସିନେମାର କ୍ଲାଇମାକ୍ସ ସିନ୍ ଏପର୍ଯ୍ୟନ୍ତ ସୁଟ୍ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+