ଅଡୁଆରେ ଅଭିନେତ୍ରୀ ତାପସୀ, ରୁଜୁ ହେଲା ମାମଲା

ମୁମ୍ବାଇ:ବିବାଦରେ ଅଭିନେତ୍ରୀ ତାପସୀ ପନ୍ନୁ । ରୁଜୁ ହେଲା ମାମଲା । ଧାର୍ମିକ ଭାବନାକୁ ଆଘାତ ପଞ୍ଚାଇଥିବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ଏକ ଏତଲା ହୋଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହିନ୍ଦ ରକ୍ଷକ ସଙ୍ଗଠନ ।
ନିକଟରେ ଏକ ଫ୍ୟାଶନ ଶୋ'ରେ ଅଭିନେତ୍ରୀ ରାମ୍ପୱାକ୍ କରିଥିଲେ । ଯେଉଁଠି ଅଭିନେତ୍ରୀ ରିଭଲିଙ୍ଗ ବୋଲ୍ଡ ଡ୍ରେସରେ ନଜର ଆସିଥିଲେ । ସୁନ୍ଦର ଆଉଟ୍ ଫିଟ୍ ସହ ସୁନା ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ମାଆ ଲକ୍ଷ୍ମୀଙ୍କ ପ୍ରତିମା ତିଆରି ହୋଇଥିଲା । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ ।
ମାର୍ଚ୍ଚ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଲାକମି ଫ୍ୟାସନ ୱିକରେ ତାପସୀଙ୍କ ଏହି ଲୁକକୁ ଅନେକ ପ୍ରଶଂସା କରିଥିଲେ ହେଲେ ଏବେ ନିଜ ଲୁକ ପାଇଁ ବିବାଦରେ ଅଭିନେତ୍ରୀ । ତାପସୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଯାହା ପରେ ଅନେକ ହିନ୍ଦୁ ସଂଗଠନ ଅଭିନେତ୍ରୀଙ୍କ ଏହି ଷ୍ଟାଇଲକୁ ବିରୋଧ କରିଥିଲେ । ରିଭଲିଙ୍ଗ୍ ଡ୍ରେସ ସହ ମା' ଲକ୍ଷ୍ମୀଙ୍କ ଲକେଟ୍ ପିନ୍ଧି ସେ ହିନ୍ଦୁଧର୍ମ ପ୍ରତି ଅପମାନ କରୁଛନ୍ତି ବୋଲି ହିନ୍ଦ ରକ୍ଷକ ସଙ୍ଗଠନ ଅଭିଯୋଗ କରିଛି । ଏପରିକି ସେ ସନାତନ ଧର୍ମର ଛବିକୁ ଖରାପ କରିବା ପାଇଁ ଚାହୁଁଛନ୍ତି ବୋଲି ମଧ୍ୟ ଅଭିଯୋଗ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଅଭିନେତ୍ରୀ ହିନ୍ଦୁ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ପହଁଞ୍ଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏକଲବ୍ୟ ସିଂହ ଗୌର । ଏତଲା ପରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ପରେ ହିଁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ସେପଟେ ଏହି ମାମଲାକୁ ନେଇ ଏପର୍ଯ୍ୟନ୍ତ ତାପସୀ ପନ୍ନୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications