କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ,ସୂଚନା ଦେଲେ ମ୍ୟାନେଜର

Raju Srivastava Health Update: Comedian Raju Srivastava In Coma Says Manager'କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ,ସୂଚନା ଦେଲେ ମ୍ୟାନେଜର

ନୂଆଦିଲ୍ଲୀ : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରତିଦିନ ନୂଆ ଅପଡେଟ୍ ଆସୁଛି । ଗୁରୁବାର ଦିନ ସୂଚନା ଦିଆଯାଇଥିଲା ଯେ ରାଜୁ ବ୍ରେନ୍ ଡେଡ୍ ଅବସ୍ଥାରେ ଅଛନ୍ତି ବୋଲି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି ସୂଚନା ରହିଥିଲା ହେଲେ ଆଜି ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା କହିଛନ୍ତି ସେ ବ୍ରେନ୍ ଡେଡ୍ ନୁହେଁ କୋମାରେ ଅଛନ୍ତି ବୋଲି । ଏହା ସେ ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ରାଜୁଙ୍କ ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା ।

RAJU SRIBASTHAB

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜୁଙ୍କର ସମସ୍ତ ଅଙ୍ଗ ଭଲ କାମ କରିବା ସହ ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ନୂଆ ଡାକ୍ତରୀ ଟିମର ଚିକିତ୍ସା ଦ୍ୱାରା ସେ ଭବିଷ୍ୟତରେ ଭଲ ହେବା ପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି । ତେବେ ଗତ ଅଗଷ୍ଟ ୧୦ ତାରିଖରେ ହସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜିମରେ ୱାର୍କ ଆଉଟ୍ କରିବା ସମୟରେ ହଟାତ୍ ହୃଦ୍‌ଘାତର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ତୁରନ୍ତି ଦିଲ୍ଲୀର AIIMSରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ୯ ଦିନ ହେଲା ତାଙ୍କ ଚିକିତ୍ସା ଚାଲିଛି । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+