୧୫ ଦିନ ପରେ ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା
ଦୀର୍ଘ ୧୫ ଦିନ ପରେ ଫେରିଲା ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଚେତା । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି । ଏନେଇ ତାଙ୍କ ପିଆର୍ଓ ଆଜି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: ଦୀର୍ଘ ୧୫ ଦିନ ପରେ ଫେରିଲା ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଚେତା । ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି । ଏନେଇ ତାଙ୍କ ପିଆର୍ଓ ଆଜି ସୂଚନା ଦେଇଛନ୍ତି ।

ଜିମରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ରଖାଯାଇ ଏକ ଡାକ୍ତରୀ ଟିମ୍ ଅବଜରଭେସନରେ ରଖିଥିଲେ । ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଶଂସକ ତଥା ପରିବାର ବର୍ଗ ପୂଜାର୍ଚ୍ଚନା କରିଥିଲେ । ରାଜୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ରାଜୁ ଶ୍ରୀବାସ୍ତବଙ୍କ ପିଆର୍ଓ ତଥା ପରାମର୍ଶଦାତା ଅଜିତ ସକ୍ସେନାଙ୍କ କହିବା ମୁତାବକ, ଆଜି ସକାଳ ୮.୧୦ରେ ରାଜୁଙ୍କ ଚେତା ଫେରିଛି । ଏହାପରେ ଡାକ୍ତରୀ ଟିମ୍ ତାଙ୍କ ଚେକ୍ଅପ୍ କରିଛନ୍ତି । ରାଜୁଙ୍କ ଚେତା ଫେରିବା ପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ଗତ କିଛି ଦିନ ତଳେ ଡାକ୍ତରମାନେ ରାଜୁଙ୍କ ବ୍ରେନ୍ର ତିନୋଟି ଶିରା ମଧ୍ୟରୁ ଗୋଟିଏରେ ଏବେବି ବ୍ଲକେଜ ଥିବା କହିଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ରାଜୁଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ନ୍ୟୁରୋଫିଜିଓଥେରାରିର ସହାୟତା ନେଉଛନ୍ତି । ତାଙ୍କ ମନସିକ ସ୍ଥିତିରେ ମଧ୍ୟ ସୁଧାର ଆଣିବା ପାଇଁ ଡାକ୍ତରମାନେ ତାଙ୍କୁ ଅମିତାଭ ବଚ୍ଚନଙ୍କ ଭଏସ୍ ଶୁଣାଉଛନ୍ତି। ପ୍ରଥମେ ରାଜୁଙ୍କ ବ୍ରେନ୍ ଡେଡ୍ ଓ ପରେ ସେ କୋମାରେ ଥିବା ସୂଚନା ମିଳିଥିଲା।












Click it and Unblock the Notifications