ହାସ୍ୟ ଅଭିନେତା ରାଜୁଙ୍କ ଝିଅଙ୍କୁ ମିଳିଥିଲା 'ଜାତୀୟ ସାହସିକତା ପୁରସ୍କାର'

ହାସ୍ୟ ଅଭିନେତା ରାଜୁଙ୍କ ଝିଅଙ୍କୁ ମିଳିଥିଲା 'ଜାତୀୟ ସାହସିକତା ପୁରସ୍କାର'

ମୁମ୍ବାଇ: ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସାଉଥିବା ପ୍ରସିଦ୍ଧ କମେଡିଆନ୍ ରାଜୁ ଶ୍ରୀବାସ୍ତଙ୍କର ଆଜି ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ ୪୨ ଦିନ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ହେବା ପରେ ଆଜି ଦୁନିଆକୁ ଅଲବିଦା କହିଛନ୍ତି । ଅଭିନେତାଙ୍କ ପରଲୋକ ପରେ ତାଙ୍କର ଏକ ମାତ୍ର ଝିଅ ଅନ୍ତରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

antara sribastab

ଅଭିନେତାଙ୍କ ଝିଅ ୧୯୯୪ରେ ଜନ୍ମ ଗ୍ରହଣ କରିଥିଲେ । ସେ ସାମ୍ବାଦିକତାରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ହେଲେ ରାଜୁ ଶ୍ରୀବାସ୍ତବଙ୍କ ଝିଅଙ୍କ ନାଁ ପ୍ରଥମେ ୨୦୦୬ ମସିହାରେ ସାମ୍ନାକୁ ଆସିଥିଲା । ଯେତେବେଳେ ସେ ମାତ୍ର ୧୨ ବର୍ଷ ବୟସର ହୋଇଥିଲେ । ସେ ନିଜ ସାହସିକତା ପାଇଁ ସମଗ୍ର ଦେଶର ହୃଦୟ ଜିତିଥିଲେ । ଯେଉଁଥିପାଇଁ ତାଙ୍କୁ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ 'ଜାତୀୟ ସାହସିକତା ପୁରସ୍କାରରେ' ସମ୍ମାନିତ କରିଥିଲେ । ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ମାତ୍ର ୧୨ ବର୍ଷ ବୟସରେ ନିଜ ମା'ଙ୍କ ଜୀବନ ରକ୍ଷା କରିବା ସହ ନିଜର ବୁଦ୍ଧି ଖଟାଇ ଘରେ ପସିଥିବା ୪ ଚୋରଙ୍କୁ ପୋଲିସରେ ଧରାଇବାରେ ସଫଳ ହୋଇଥିଲେ ।

ଏହି ଘଟଣା ୨୦୦୬ ମସିହାର । କିଛି ଚୋର ରାଜୁ ଶ୍ରୀବାସ୍ତବଙ୍କ ଘରେ ପସିଥିଲେ । ସେତେବେଳେ ଆନ୍ତରା ଶ୍ରୀବାସ୍ତବ ତାଙ୍କ ମା ଶିଖା ଶ୍ରୀବାସ୍ତବଙ୍କ ସହିତ ଘରେ ଏକୁଟିଆ ଥିଲେ । ଚୋରମାନଙ୍କ ପାଖରେ ବନ୍ଧୁକ ଥିଲା ଯେଉଁଥିରେ ସେମାନେ ଶିଖା ଶ୍ରୀବାସ୍ତବ ଅର୍ଥାତ୍ ରାଜୁଙ୍କ ପତ୍ନୀଙ୍କୁ ବନ୍ଦୀ କରି ନେଇଥିଲେ, କିନ୍ତୁ ପରେ ଆନ୍ତରା ବୁଦ୍ଧିମାନ ସହ କାମ କରିଥିଲେ ଏବଂ ସେ ଖୁବ କଷ୍ଟରେ ନିଜ ଶୋଇବା ଘରେ ପହଞ୍ଚିଥିଲେ । ସେଠୁ ସେ ନିଜ ପିତା ଓ ପୋଲିସକୁ ଫୋନ କରି ଡାକିଥିଲେ । କେବଳ ଏତିକି ନୁହେଁ, ଏହା ପରେ ଅନ୍ତରା ଶୋଇବା ଘରୁ ତାଙ୍କ ଘରର ୱାଚମ୍ୟାନକୁ ଡାକି ପୋଲିସକୁ ସୂଚନା ଦେବା ପାଇଁ ମଧ୍ୟ କହିଥିଲେ । ଅନ୍ତରାଙ୍କର ସୂଚନା ପରେ ପୋଲିସ ତୁରନ୍ତ ରାଜୁଙ୍କ ଘରେ ପହଁଚି ସମସ୍ତ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲା । ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ତାଙ୍କୁ ସାହସିକତା ପୁରଷ୍କାର ପ୍ରଦାନ କରିଥିଲେ । ୨୦୧୮ ମସିହାରେ କେକେ ମେନନଙ୍କ ଫିଲ୍ମ 'ବୋଡକା ଡାଏରିସ୍' ଜରିଆରେ ସେ ବଲିଉଡ ଜଗତରେ ପାଦ ଦେଇଥିଲେ । ୨୦୧୭ ମସିହାରେ ତାଙ୍କର ସର୍ଟ ଫିଲ୍ମ 'ମି ଆଣ୍ତ ଆଇ' ମଧ୍ୟ ରିଲିଜ୍ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+