ଆସନ୍ତା କାଲି ଦିଲ୍ଲୀରେ ହେବ ରାଜୁଙ୍କ ଅନ୍ତିମ ସଂସ୍କାର
କମେଡିଆନ ରାଜୁ ଶ୍ରୀବସ୍ତବଙ୍କର ଆସନ୍ତା କାଲି ହେବ ଅନ୍ତିମ ସଂସ୍କାର .
Raju Srivastav Death: ୫୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ପରପାରିକୁ ଚାଲିଯାଇଛନ୍ତି କମେଡିଆନ୍ ରାଜୁ ଶ୍ରୀବାସ୍ତବ । ହାସ୍ୟ ଅଭିନେତାଙ୍କୁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀରେ ଅନ୍ତିମ ବିଦାୟ ଦିଆଯିବ । ପରିବାର ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ରାଜୁ ଶ୍ରୀବାସ୍ତବଙ୍କୁ ମୁମ୍ବାଇ କିମ୍ବା ଲକ୍ଷ୍ନୌକୁ ନିଆଯିବ ନାହିଁ । ସୂଚନା ଅନୁସାରେ ଅଭିନେତାଙ୍କ ପରିବାରର ଅନ୍ୟ ସଦସ୍ୟ ଦିଲ୍ଲୀରେ ସହଜରେ ପହଁଚି ପାରିବେ । ସେଥିପାଇଁ ଦିଲ୍ଲୀରେ ହିଁ ତାଙ୍କର ଶେଷ ରୀତିନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରାଜୁଙ୍କ ପରିବାର ବହୁତ ବଡ଼, ଦିବଙ୍ଗତ ଅଭିନେତାଙ୍କର ସମସ୍ତଙ୍କ ସହ ବେଶ୍ ଭଲ ସମ୍ପର୍କ ରହିଥିଲା ।

ଅଗଷ୍ଟ ୧୦ ତାରିଖରେ ହୋଇଥିଲେ ହୃଦଘାତର ଶିକାର
ଅଗଷ୍ଟ ୧୦ ରେ କେମେଡିଆନ୍ ରାଜୁ ଶ୍ରୀବାସ୍ତବ ଜିମ୍ରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ସେ ହଠାତ୍ ତଳେ ପଡ଼ି ଯାଇଥିଲେ । ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଏକ ଡାକ୍ତରୀ ଟିମର ଅବଜରଭେସନରେ ରଖାଯାଇଥିଲା । ରାଜୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜୁଙ୍କ ୧୯୯୩ ମସିହାରେ ରାଜୁ ତାଙ୍କ ପତ୍ନୀ ଶିଖାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ଝିଅ ଆନ୍ତରା ଏବଂ ପୁଅ ଆୟୁଷ୍ମାନ ।
ଜୀବନ କରିଥିଲେ ୪୨ ଦିନ ସଂଘର୍ଷ
ଗତ ୪୨ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରାଜୁ ଶ୍ରୀବାସ୍ତବଙ୍କୁ ଆଜି ସକାଳ ପ୍ରାୟ ୧୦.୧୫ ସମୟରେ ମୃତ ଘୋଷଣା କରିଥିଲେ । ରାଜୁଙ୍କ ମୃତ୍ୟୁ ଖବର ନେଇ ଉଭୟ ଚଳଚ୍ଚିତ୍ର ଏବଂ ଟିଭି ଜଗତରେ ଶୋକର ଛାୟା ଖେଳି ଯାଇଛି । ରାଜୁ ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି ବିଶ୍ୱାସ କରିବା କଷ୍ଟକର । ଯିଏ ଦିନେ କ୍ୟାମେରା ସାମ୍ନାରେ ନିଜ କମେଡି ଜରିଆରେ ଲୋକଙ୍କୁ ହସାଉଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲି ଯାଇଛନ୍ତି ।












Click it and Unblock the Notifications