ଗିରଫ ହେଲେ କମେଡିଆନ ଭାରତୀ ସିଂ : ଘରୁ ମିଳିଥିଲା ଗଞ୍ଜେଇ
ଡ୍ରଗ୍ସ ନେବା କାରବାରରେ କମେଡିଆନ୍ ଭାରତୀ ସିଂଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।
ମୁମ୍ବାଇ : ଡ୍ରଗ୍ସ ନେବା କାରବାରରେ କମେଡିଆନ୍ ଭାରତୀ ସିଂଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ତେବେ ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ପୁଲିସ ପଚରାଉଚରା କରୁଛି । ଭାରତୀଙ୍କ ଘରୁ ଏନସିବି ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।

ସୂଚନାଥାଉକି, ଡ୍ରଗ୍ସ କାରବାରରେ ଜଣେ ଦଲାଲକୁ ଗିରଫ କରିବା ପରେ ଭାରତୀଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ ଏନସିବି ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ତିନୋଟି ଘରେ ଚଢଉ କରିଥିଲା ।
ଏଠାରେ କହି ରଖୁଛୁ କିଛି ଦିନ ତଳେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବି ଡ୍ରଗ୍ସ ନେବା ମାମଲାରେ ପଚରାଉଚରା କରିଛି । ଏଥିସହ ତାଙ୍କ ବାସଭବନରେ ମଧ୍ୟ ଚଢଉ କରିଥିଲା ଏନସିବି।












Click it and Unblock the Notifications