Code Name Tiranga Review: ଫିକା ପଡିଲା ଫିଲ୍ମର କହାଣୀ, ଇମପ୍ରେସ୍ କଲେ ପରିଣିତୀ
Code Name Tiranga Review: ଫିକା ପଡିଲା ଫିଲ୍ମର କହାଣୀ, ଇମପ୍ରେସ୍ କଲେ ପରିଣିତୀ
ମୁମ୍ବାଇ: Code Name Tiranga' ନା' ରୁ ହିଁ ଜଣାପଡୁଛି ଯେ କାହାଣୀଟି ଏକ ଏଜେଣ୍ଟର ବୋଲି । ଯିଏ ଦେଶ ପାଇଁ ଏକ ମିଶନରେ ଯାଉଛି । ଏଥର କାହାଣୀରେ ଅଭିନେତା ନୁହେଁ ଜଣେ ଅଭିନେତ୍ରୀ ଅଛନ୍ତି ମିଶନରେ । ଫିଲ୍ମର କାହଣୀ ଏତେ ଖାସ ନାହିଁ ହେଲେ ପରିଣିତୀଙ୍କ ଆକ୍ସନ ତାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି ଇମପ୍ରେସ ।
ଏହା ହେଉଛି ଦୁର୍ଗା ନାମକ ଜଣେ ଏଜେଣ୍ଟଙ୍କ କାହାଣୀ ଯିଏ ବିଦେଶରେ ମିଶନରେ ଅଛନ୍ତି । ଏହି ଚରିତ୍ରରେ ପରିଣିତୀ ଚୋପ୍ରା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ପରିଣିତୀଙ୍କୁ ନିଜ ଟ୍ୟାଲେଣ୍ଟ ପାଇଁ ଏକ ଆତଙ୍କବାଦୀକୁ ଧରିବା ଲାଗି ଗୁରୁତ୍ୱପୂର୍ଣ୍ଣ ମିଶନରେ ପଠାଯାଉଛି । ବନ୍ଧୁକ ବ୍ୟବହାର କରିବା ସହିତ, ସେ ଶାରୀରିକ ଭାବରେ ମଧ୍ୟ ଖୁବ ଫିଟ୍ ଓ ଆକ୍ଟିଭ୍ ଅଛନ୍ତି ଯେଉଁଥି ପାଇଁ ସେ ଜଣେ ସୁପର ଏଜେଣ୍ଟ ହୋଇପାରିଛନ୍ତି । ଏହି ମିଶନ ସମୟରେ ତାଙ୍କ ଦେଖା ହାର୍ଡି ସାନ୍ଧୁଙ୍କ ସହ ହେଉଛି । ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢି ଉଠୁଛି । ହେଲେ ଉଭୟଙ୍କ ଭଲ ପାଇବା ମଝିରେ ରହିଛି ଦେଶ ପ୍ରତି କର୍ତ୍ତବ୍ୟ । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

ପରିଣିତୀ ଚୋପ୍ରାଙ୍କର ଉକୃଷ୍ଟ ଅଭିନୟ ଦେଖିବା ପାଇଁ ମିଳୁଛି । ତାଙ୍କ ଆକ୍ସନ, ଫିଟନେସ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସିନେମାରେ ଅନେକ ଭାବପ୍ରବଣ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଥିବା ଜଣା ପଡୁଛି । ପଞ୍ଜାବୀ ଗାୟକ ହାର୍ଡି ସାନ୍ଧୁଙ୍କର ମଧ୍ୟ ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳୁଛି । ଚଳଚ୍ଚିତ୍ରର ସିନେମାଟୋଗ୍ରାଫି ଭଲ ରହିଛି । ସ୍ଥାନ, ସଙ୍ଗୀତ ମଧ୍ୟ ବେଶ୍ ଭଲ ଅଛି । ହେଲେ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ ସମସ୍ୟା ହେଉଛି ଏହାର କାହାଣୀ ।
ନିର୍ଦ୍ଦେଶକ ରିଭୂ ଦାସଗୁପ୍ତଙ୍କୁ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଅଧିକ ପରିଶ୍ରମ କରିବା ଉଚିତ୍। କାଷ୍ଟିଂ, ଅଭିନୟ ସବୁକିଛି ପରଫେକ୍ଟ ହେଲେ କାହାଣୀର କୋଡ୍ ଅଦୃଶ୍ୟ ହୋଇଯାଇଛି । ଏହି ଫିଲ୍ମକୁ ୨.୩ ରେଟିଂ ମିଳିଛିି ।
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ....











Click it and Unblock the Notifications