ଓସ୍କାର ମିଳିବା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍ଆର୍ଆର୍ ଫିଲ୍ମର ଗୀତ ନାଟୁ ନାଟୁ କୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର: ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍ଆର୍ଆର୍ ଫିଲ୍ମର ଗୀତ ନାଟୁ ନାଟୁ କୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍କୁ ଶୁଭକାମନା ଜମାଇଛନ୍ତି । ଭାରତୀୟ ଫିଲ୍ମର ପ୍ରଥମ ଓରିଜିନାଲ ଗୀତ ଭାବେ RRR ଫିଲ୍ମର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଓସ୍କାର ଆୱାର୍ଡ ମିଳିଛି। ଏବେ ଏହି ଏକାଡେମୀ ଆୱାର୍ଡ ହାସଲ କରି ଫିଲ୍ମ ଆର୍ଆର୍ଆର୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ । ସେହିପରି ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ ଟିମ୍କୁ ମଧ୍ୟ ସମ୍ମାନନୀୟ ଏକାଡେମୀ ପୁରସ୍କାର ପାଇଥିବାରୁ ଶୁଭେଚ୍ଛା ଜମାଇଛନ୍ତି ନବୀନ । ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟାଗୋରୀରେ ଫିଲ୍ମକୁ ମିଳିଛି ଆୱାର୍ଡ।
ସେହିପରି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କ୍ୟାଟେଗୋରୀରେ 'ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍'କୁ ସମ୍ମାନୀତ କରାଯାଇଛି। ଏହାର ନିର୍ଦ୍ଦେଶକ କାର୍ତ୍ତିକ ଗୋନସାଲଭେସ୍। କେବଳ ଏତିକି ନୁହେଁ, ଓସ୍କାର ସମାରୋହରେ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ନଜର ଆସାଛନ୍ତି ।












Click it and Unblock the Notifications