ରିଲିଜ୍ ହେଲା 'God Father'ର ଟିଜର୍ , ଏକାଠି ନଜର ଆସିଲେ ଚିରଞ୍ଜୀବୀ-ସଲମାନ ଖାନ

Chiranjeevi Birthday: Chiranjeevi Salman Khan Starr Film 'GodFather' Teaser Release .ରିଲିଜ୍ ହେଲା 'God Father'ର ଟିଜର୍ , ଏକାଠି ନଜର ଆସିଲେ ଚିରଞ୍ଜୀବୀ-ସଲମାନ ଖାନ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀ ଆଜି ନିଜ 67 ତମ ଜନ୍ମଦିନ ପାଳନ କରୁଛନ୍ତି । ଚିରଞ୍ଜୀବୀ ଦକ୍ଷିଣ ସିନେମାର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କର ପ୍ରକୃତ ନାମ କୋନିଡେଲା ଶିବା ଶଙ୍କରା ୱାରା ପ୍ରସାଦ କିନ୍ତୁ ସେ ଚଳଚ୍ଚିତ୍ର ପାଇଁ ନିଜ ନାଁ ବଦଳାଇ ଚିରଞ୍ଜୀବୀ ରଖିଥିଲେ । ତାଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଭାବରେ ବିବେଚନା କରାଯାଏ।ରୋମାଞ୍ଚକର କଥା ହେଉଛି ମେଗା ଷ୍ଟାର୍ ଚିରଞ୍ଜୀବୀଙ୍କ ଯଦି କୌଣସି ଫିଲ୍ମ ଫ୍ଲପ୍ ହୋଇଯାଏ ତେବେ ଡିସଟିବ୍ୟୁଟର୍ସ ଓ ଏକଜିବିଟର୍ସଙ୍କୁ ଚିରଞ୍ଜୀବୀଙ୍କର ପୁରୁଣା ଫିଲ୍ମ ମାଗଣାରେ ଦିଆଯାଏ । ଯାହା ଦ୍ୱାରା ତାଙ୍କ କ୍ଷତି ପୂରଣ ହୋଇପାରେ ।

salman khan

ଚିରଞ୍ଜୀବୀଙ୍କୁ ନିଜ କ୍ୟାରିୟରରେ ଅନେକ ଆୱାର୍ଡ ମିଳିଛି । ସେ ଦକ୍ଷିଣର ପ୍ରଥମ ଅଭିନେତା ଯିଏ ୧୯୮୭ରେ ଓସ୍କାର ପୁରସ୍କାର ଉପସ୍ଥାପନା ପାଇଁ ନିମନ୍ତ୍ରଣ ପାଇଥିଲେ । ଚିରଞ୍ଜୀବୀ ଦକ୍ଷିଣ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବରେ ସାତୋଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତେଲୁଗୁ ସିନେମାରେ ଏହି ବର୍ଗରେ ସର୍ବାଧିକ ପୁରସ୍କାର ପାଇଥିବା ସେ ହେଉଛନ୍ତି ପ୍ରଥମ ଅଭିନେତା ।

chiranjeevi

ଚିରଞ୍ଜୀବୀଙ୍କ ପାଖରେ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ରହିଛି । ତାଙ୍କ ଦକ୍ଷତା ଏବଂ ପ୍ରତିଭା ପାଇଁ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପୁରସ୍କାରରେ ସମ୍ମାନିତ କରିଥିଲା । ଚିରଞ୍ଜୀବୀ ହଲିଉଡ ଚଳଚ୍ଚିତ୍ର ଦ ରିଟର୍ନ ଅଫ୍ ବଗଦାଦରେ କାମ କରିବାକୁ ଯାଉଥିଲେ ହେଲେ ଶେଷ ସମୟରେ ସୁଟିଂ ବନ୍ଦ ହୋଇଯାଇଥିଲା ଏବଂ ଏହା ହୋଇପାରିନଥିଲା । ଚିରଞ୍ଜୀବୀ ପ୍ରଥମ ଭାରତୀୟ ଅଭିନେତା ଯିଏ ଇଣ୍ଚରନେଟରେ ନିଜ ପ୍ରଥମ ୱେବସାଇଟ୍ ଖୋଲିଥିଲେ ।

 God Father

ଆଜି ଅଭିନେତାଙ୍କର ୬୭ତମ ଜନ୍ମଦିନରେ ନିର୍ମାତାମାନେ ତାଙ୍କର ଆଗାମୀ ଫିଲ୍ମ 'ଗଡଫାଦର'ର ଟିଜର ରିଲିଜ କରିଛନ୍ତି । ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହି ଫିଲ୍ମ ଏକ ରାଜନୈତିକ ଥ୍ରୀଲର ଫିଲ୍ମ । ଟିଜରରେ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି ଚିରଞ୍ଜୀବୀ । ସବୁଠୁ ଖାସ କଥା ହେଉଛି ଏହି ଟିଜରରେ ଚିରଞ୍ଜୀବୀଙ୍କ ବ୍ୟତୀତ ସଲମାନ ଖାନ ମଧ୍ୟ ନଜର ଆସୁଛନ୍ତି । ସେହିପରି ନୟନ୍ତରା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସଲମାନ ଓ ଚିରଞ୍ଜୀବୀଙ୍କୁ ଯୋଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ତେବେ ଦବଙ୍ଗ ଖାନ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ତେଲୁଗୁ ଫିଲ୍ମରେ ନଜର ଆସିବେ । ଗଡଫାଦର ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର ଲୁସିଫର୍ ର ରିମେକ୍ । ଏହି ଫିଲ୍ମର ହିନ୍ଦୀ ଟିଜର ମଧ୍ୟ ରିଲିଜ୍ କରାଯାଇଛି । ତେବେ 'ଗଡଫାଦର' ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଡଫାଦର ଚଳିତ ବର୍ଷ ଦଶହରାରେ ରିଲିଜ୍‌ ହେବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+