Children's Day 2022: ଆଜି ଶିଶୁ ଦିବସ, ପିଲାଙ୍କ ମନୋରଞ୍ଜନ ପାଇଁ ଲଗାନ୍ତୁ ଏହି ବଲିଉଡ ଗୀତ
Children's Day 2022: ଶିଶୁ ଦିବସରେ ବଜାନ୍ତୁ ଏହି ବଲିଉଡ ଗୀତ
ମୁମ୍ବାଇ: ପ୍ରତିବର୍ଷ ୧୪ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଏ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ଏହି ଦିନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଭାବରେ ମଧ୍ୟ ପାଳନ କରାଯାଏ । ପଣ୍ଡିତ ଜବାହରଲାଲ ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ଚାଚା ନେହେରୁଙ୍କ ଜନ୍ମଦିନରେ ଶିଶୁ ଦିବସ ପାଳନ କରାଯାଏ । ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଏବଂ ଏହି କାର୍ଯ୍ୟକ୍ରମଗୁଡ଼ିକରେ ପିଲାମାନେ ନାଚଗୀତ କରି ମନୋରଞ୍ଜନ କରିଥାନ୍ତି । ଶିଶୁ ଦିବସରେ ଏହି ସମସ୍ତ ବଲିଉଡ ଗୀତ ମାଧ୍ୟମରେ ଆଜିର ଦିନକୁ ଆଉ ଟିକେ ଖାସ୍ କରି ପାରିବେ ।

ଚଳଚ୍ଚିତ୍ର 'ମାସୁମ୍' ୧୯୮୩ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରର ଗୀତ 'ଲକଡି କୀ କାଠୀ, କାଠି କା ଘୋଡା' ଗୀତ ଏବେ ମଧ୍ୟ ପିଲାମାନଙ୍କର ପ୍ରିୟ । ଏହି ଗୀତରେ ଅଭିନେତ୍ରୀ ଉର୍ମିଲା ଏବଂ ଜୁଗଲ ହଂସରାଜଙ୍କୁ ଦେଖିବା ପାଇଁ ମିଳିଥିଲା ।
ଚଳଚ୍ଚିତ୍ର 'ବୁଟ୍ ପଲିସ୍' ୧୯୫୪ ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରର ଗୀତ 'ନନହେ ମୁନ୍ନେ ବଚେ ତେରୀ ମୁଠି ମେ କ୍ୟାୟା ହୈ' ଗୀତ ମଧ୍ୟ ଶିଶୁ ଦିବସ ପାଇଁ ସର୍ବୋତ୍ତମ ଓ ଖାସ୍ । ପିଲାମାନେ ଏହି ଗୀତକୁ ବହୁତ ଭଲ ପାଇବେ । ଏହି ସୁନ୍ଦର ଗୀତଟିକୁ ମହମ୍ମଦ ରାଫି ଏବଂ ଆଶା ଭୋସଲେ ଗାଇଛନ୍ତି ।
'ଦୂର କି ଆୱାଜ୍' ଫିଲ୍ମର 'ହମ୍ ଭୀ ଅଗର ବାଚେ ହୋତେ' 'ଗୀତର ଲୋକପ୍ରିୟତା ଆଜି ବି ରହିଛି । ଏହାକୁ ମହମ୍ମଦ ରାଫି, ଆଶା ଭୋସଲେ ଏବଂ ମାନ୍ନା ଦେ ଗାଇଛନ୍ତି । ଆଜିର ଏହି ଖାସ୍ ଦିନରେ ଛୋଟଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଏହି ଗୀତ ଲଗାଇପାରିବେ ।
ଫିଲ୍ମ 'ମାସୁମ୍' ୧୯୯୬ରେ ରିଲିଜ୍ ହୋଇଥିଲା । 'ଛୋଟା ବଚ୍ଚା ଜାନ କେ ନା କୋଇ ଆଙ୍କ ଦେଖନା' ଗୀତଟିର ଚାହିଦା ଆଜି ମଧ୍ୟ ରହିଛି । ସୋସିଆଲ ମିଡିଆରେ ଏହି ଗୀତରେ ଅନେର ଭିଡିଓ ଏବଂ ରିଲସ୍ ମଧ୍ୟ ଟ୍ରେଣ୍ତ କରିଥାଏ । ଶିଶୁ ଦିବସ ପାଇଁ ଏହା ଏକ ପରଫେକ୍ଟ ଗୀତ ।
ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର' ବକ୍ସ ଅଫିସରେ ଭଲ ଆୟ କରିଥିଲା । ପିଲାମାନଙ୍କ ପାଇଁ ଏବଂ ମାତାପିତାଙ୍କ ପାଇଁ ଏହା ଥିଲା ଏକ ଉପଯୁକ୍ତ ଫିଲ୍ମ । ଏହି ସିନେମାର 'ଗୀତ ବମ୍ ବମ୍ ବୋଲେ'ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଆଜିର ଖାସ ଦିନରେ ଛୋଟଛୋଟ ପିଲାଙ୍କ ନାଚଗୀତ ପାଇଁ ଏହି ଗୀତଟିକୁ ଲଗାଇବା ପାଇଁ ଭୁଲନ୍ତୁ ନାହିଁ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications