Parineeti Chopra-Raghav Wedding: ରାଘବ-ପରିଣିତୀଙ୍କ ବିବାହରେ ଯୋଗ ଦେବେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ
Parineeti Chopra-Raghav Chadha Marriage: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା 24 ସେପ୍ଟେମ୍ବର ରବିବାର ଦିନ ବିବାହ କରିବା ପାଇଁ ଯାଉଛନ୍ତି । ରାଜସ୍ଥାନ ଉଦୟପୁର ସ୍ଥିତ 'ଦି ଲୀଲା ପ୍ୟାଲେସ୍'ରେ ରାଘବ ଏବଂ ପରିଣିତୀ ବିବାହ କରିବେ । ବଲିଉଡର ଅନେକ ବଡ ବ୍ୟକ୍ତିତ୍ୱ ତଥା ରାଜନେତା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାର ଖବର ରହିଛି ।
ବିବାହ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ନେତା ସଞ୍ଜୟ ସିଂ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଉଦୟପୁରରେ ପହଞ୍ଚିଛନ୍ତି । ସଞ୍ଜୟ ସିଂ 23 ସେପ୍ଟେମ୍ବର ଶନିବାର ଦିନ ତାଙ୍କ ପତ୍ନୀଙ୍କ ସହ ଉଦୟପୁରରେ ପହଞ୍ଚିଥିଲେ। ପହଞ୍ଚିହା ପରେ ତାଙ୍କୁ ବିମାନବନ୍ଦରରେ ଧୂମଧାମରେ ସ୍ୱାଗତ କରାଯାଇଥିଲା ।

ଏହି ବିବାହ ଉତ୍ସବରେ ଅନେକ ବଡ଼଼ ବଡ଼ ସେଲିବ୍ରିଟି ଯୋଗ ଦେବା ନେଇ ଖବର ରହିଛି । ହେଲେ ଖାସ କଥା ହେଉଛି ପରିଣିତୀ ଏବଂ ରାଘବଙ୍କ ବିବାହରେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏହି ବିବାହରେ ସାମିଲ ହୋଇପାରନ୍ତି । ଯଦି ଏପରି ଘଟେ ତେବେ ନିଶ୍ଚିନ୍ତ ଏକ ଇଭେଣ୍ଟ ହେବ । ପ୍ରଥମ ଥର ଅଣ-ରାଜନୈତିକ ପ୍ଲାଟଫର୍ମରେ ଚାରିଟି ରାଜ୍ୟର ସିଏମଙ୍କୁ ଏକାଠି ଦେଖିବାର ମୌକା ମିଳିବ ।
ସୂଚନାଥାଉ ଯେ, ପରିଣିତୀ ଚୋପ୍ରା ଏବଂ ରାଘବ ଚଢା 22 ସେପ୍ଟେମ୍ବର ଦିନ ରାଜସ୍ଥାନର ଉଦୟପୁରରେ ପହଞ୍ଚିଥିଲେ। ଉଦୟପୁର ବିମାନବନ୍ଦରରେ ଉଭୟଙ୍କୁ ବେଶ୍ ଧୂମଧାମରେ ସ୍ୱାଗତ କରାଯାଇଥିଲା । ବିବାହ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। 20 ସେପ୍ଟେମ୍ବର 2022 ରୁ ଦିଲ୍ଲୀରୁ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଖବର ଅନୁସାରେ ଆଜି ସନ୍ଧ୍ୟାରେ ହୋଟେଲରେ ଅଭିନେତ୍ରୀଙ୍କ ମେହେନ୍ଦୀ ସମାରୋହ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି । ଉଭୟଙ୍କ ବିବାହ ପାଇଁ, 23 ସେପ୍ଟେମ୍ବର ସକାଳୁ ଅତିଥିମାନେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି ।












Click it and Unblock the Notifications