ଛେଲୋ ଶୋ’ ଶିଶୁକଳାକାର ରାହୁଲ କୋଲିଙ୍କ ଦେହାନ୍ତ
ଏକମାତ୍ର ଭାରତୀୟ ଫିଲ୍ମ ଭାବେ 2023 ଓସ୍କାରରେ ପ୍ରବେଶ କରିଥିବା ଗୁଜୁରାଟୀ ଫିଲ୍ମ ‘ଛେଲୋ ଶୋ’ ବା ଲାଷ୍ଟ ଫିଲ୍ମ ଶୋ’ କିଛି ଦିନ ପରେ ପରଦାକୁ ଆସିବ ।
ମୁମ୍ବାଇ: ଏକମାତ୍ର ଭାରତୀୟ ଫିଲ୍ମ ଭାବେ 2023 ଓସ୍କାରରେ ପ୍ରବେଶ କରିଥିବା ଗୁଜୁରାଟୀ ଫିଲ୍ମ 'ଛେଲୋ ଶୋ' ବା ଲାଷ୍ଟ ଫିଲ୍ମ ଶୋ' କିଛି ଦିନ ପରେ ପରଦାକୁ ଆସିବ । ହେଲେ ରିଲିଜ ପୂର୍ବରୁ ଏହି ଫିଲ୍ମରେ ଅଭିନୟ କରିଥିବା ଶିଶୁ କଳାକାର ରାହୁଲ କୋଲିଙ୍କର ମୃତ୍ୟୁ ଖବର ଆସିଛି ।

ସୂଚନା ଅନୁସାରେ, ରାହୁଲ ଲିକୋମିଆରେ ପୀଡ଼ିତ ଥିଲେ। ଏନେଇ ତାଙ୍କର ଚାରି ମାସ ଧରି ଚିକିତ୍ସା ଚାଲିଥିଲା । ହେଲେ ଡାକ୍ତର ତାଙ୍କୁ ଅକ୍ଟୋବର 2 ତାରିଖରେ ମୃତ ଘୋଷଣା କରିଥିଲେ । ଗୁଜରାଟର ଜାମନଗର ସ୍ଥିତ ହାପାରେ ରାହୁଲଙ୍କ ପାଇଁ ଶୋକସଭା କରାଯାଇଥିଲା ।
ରାହୁଲଙ୍କ ବାପା ରାମୁ କୋଲିଙ୍କ କହିବା ଅନୁସାରେ, ପୁଅ ପ୍ରଥମେ ଜ୍ୱର ଅନୁଭବ କରିଥିଲେ। ପରିବାର ଲୋକ ଏହାକୁ ସାଧାରଣ ଜ୍ୱର ଭାବି ଚିକିତ୍ସା ମଧ୍ୟ କରିଥିଲେ। କିନ୍ତୁ ଏହା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା । ଏହାପରେ ତାଙ୍କୁ ଜାମ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ କିଛି ଲାଭ ନ ମିଳିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅହମଦାବାଦ ଅଣା ନିଆଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ହିଁ ତାଙ୍କର ପ୍ରାଣହାନୀ ଘଟିଛି ।












Click it and Unblock the Notifications