Chhaava Film : ସଂସଦରେ ପ୍ରଦର୍ଶିତ ହେବ ‘ଛାୱା’
ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଚ୍ଛାୱା' ସଂସଦରେ ପ୍ରଦର୍ଶିତ ହେବ। ଚଳିତ ସପ୍ତାହର ଗୁରୁବାର ଦିନ ହିଁ ଏହି ଚଳଚ୍ଚିତ୍ର ସଂସଦର ବାଲୟୋଗୀ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ। ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଚଳଚ୍ଚିତ୍ର ଦେଖିବେ। ଏହା ସହିତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ସାମ୍ଭାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଭିକି କୌଶଲ ଏହି ଅବସରରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଛାୱା ଅର୍ଥାତ୍ ମରାଠୀ ଭାଷାରେ ବାଘର ଛୁଆ । ଛତ୍ରପତି ସାମ୍ବାଜୀ ମହାରାଜଙ୍କ ଏହି ଚରିତ୍ର ପାଇଁ ଏବେ ସବୁଠି ପ୍ରଶଂସା ଓ ଚର୍ଚ୍ଚା ସାଉଁଟିଛନ୍ତି ଅଭିନେତା ଭିକ୍କି କୌଶଲ । ଏହି ଚରିତ୍ରରେ ଓହ୍ଲାଇବା ପାଇଁ ଭିକ୍କିଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । ସାମ୍ବାଜୀ ଚରିତ୍ରରେ ପରଫେକ୍ଟ ଦେଖାଯିବା ପାଇଁ ଦିନରାତି ଏକ କରି କସରତ ସହ ଘୋଡା ଚାଳନା, ଖଣ୍ଡା ଚାଳନାଠୁ ଆରମ୍ଭ କରି ଡାଏଟ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ଦିନକୁ ୬ ରୁ ୮ ଘଣ୍ଟାର ଲାଠି ଚାଳନା,ଖଣ୍ଡା ଚାଳନା ଓ ଘୋଡା ଚାଳନା ଶିଖୁଥିଲେ ଅଭିନେତା । ଏଥିସହ ୨୫ କେଜି ଓଜନ ମଧ୍ୟ ବଢ଼ାଇଥିଲେ । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ପରେ ଛାୱା ଭୂମିକା ପାଇଁ ନିଜକୁ ଗଢ଼ି ତୋଳିଥିଲେ ଅଭିନେତା ।












Click it and Unblock the Notifications