ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ 'ଛାଭା', ଭିକି କୌଶଲ-ଅକ୍ଷୟଙ୍କ ଅଭିନୟ ଜିଣୁଛି ଦର୍ଶକଙ୍କ ମନ
Chhaava Box Office Collection: ଭିକି କୌଶଲଙ୍କ ଫିଲ୍ମ "ଛାଭା" ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ଅବସରରେ ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଲାଗି ରହିଥିଲା । ସିନେମାଟି ରିଲିଜ୍ ହେବା ପରେ ପରେ ଅନେକ ଫିଲ୍ମକ ରେକର୍ଡ ବ୍ରେକ୍ କରିଛି । ଏହା ୨୦୨୫ ର ସବୁଠାରୁ ବଡ଼ ଓପନିଂ ଫିଲ୍ମ ହୋଇଛି । ଫିଲ୍ମ ଛାଭା ବଲିଉଡ୍ ଏବଂ ଅନେକ ଦକ୍ଷିଣ ଫିଲ୍ମକୁ ମଧ୍ୟ ପଛରେ ପକାଇଛି ।
ପ୍ରଥମ ଦିନରେ ଭଲ କଲେକ୍ସନ ପରେ, ଫିଲ୍ମଟି ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିବା ଆରମ୍ଭ କରିଛି। ଆଜି ଫିଲ୍ମର ଆୟ ସହିତ ଜଡିତ ପ୍ରାରମ୍ଭିକ ସଂଖ୍ୟା ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ପ୍ରଥମ ଦିନରେ ଫିଲ୍ମଟି ଭାରତରେ ୩୩.୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା ।

ଆଜି ସନ୍ଧ୍ୟା ୫:୨୦ ସୁଦ୍ଧା ଫିଲ୍ମଟି ୧୫.୯୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ଫିଲ୍ମର ମୋଟ କଲେକ୍ସନ ୪୯. ୦୩ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମ ଛାଭା ଚଳିତ ବର୍ଷ ରିଲିଜ୍ ହୋଇଥିବା ଅନେକ ଫିଲ୍ମକୁ ପଛରେ ପକାଇଛି ।
ରିପୋର୍ଟ ଅନୁଯାୟୀ, ଛାଭା ୧୩୦ କୋଟି ଟଙ୍କା ବଜେଟରେ ତିଆରି ହୋଇଛି। ଏଥିରେ ଭିକି କୌଶଳ ଛତ୍ରପତି ଶିବାଜୀଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନକୁ ପରଦାରେ ଚିତ୍ରଣ କରିଛନ୍ତି। ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ଅକ୍ଷୟ ଖାନ୍ନା ଔରଙ୍ଗଜେବଙ୍କ ଭୂମିକାରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ।












Click it and Unblock the Notifications