ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫୋଟେ ଦେଖୁଛନ୍ତି ଆଜିର ଯୁବପିଢି଼ : ଚେତନ ଭଗତ
ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫୋଟେ ଦେଖୁଛନ୍ତି ଆଜିର ଯୁବପିଢି଼ : ଚେତନ ଭଗତ
ମୁମ୍ବାଇ: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ । ନିଜ ପୋଷାକ, ଷ୍ଟାଇଲ୍ ଏବଂ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉର୍ଫି ନିଜର ଅତରଙ୍ଗି
ଡ୍ରେସ ପାଇଁ ସମଗ୍ର ବିଶ୍ୱରେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଆଜି ସଫଳ ହୋଇଛନ୍ତି । ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିବା ପାଇଁ ପଛାନ୍ତି ନାହିଁ । ଉର୍ଫିଙ୍କ ଫ୍ୟାଶନକୁ ନେଇ ଅନେକ ସେଲିବ୍ରିଟିଙ୍କର ମଧ୍ୟ ଭିନ୍ନଭିନ୍ନ ମତ ରହିଛି । ନିକଟରେ ପ୍ରସିଦ୍ଧ ଲେଖକ ଚେତନ ଭଗତ ଯୁବ ପିଢିର ଅବନତି ବା ବିଗିଡିବାର କାରଣ ହେଉଛି ଇଣ୍ଟରନେଟ୍ ଏବଂ ଉର୍ଫି ଜାଭେଦ ବୋଲି ସେ କହିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ତର୍କ ଲାଗି ରହିଛି । ଟ୍ୱିଟରରେର #UrfiJaved ମଧ୍ୟ ଟ୍ରେଣ୍ତ କରିବା ଆରମ୍ଭ କରିଥିଲା ।

ନିକଟରେ ଚେତନ ଭଗତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ' ଯୁବ ପିଢିର ଅବନତି ବା ବିଗିଡିବାର କରାଣ ହେଉଛି ଇଣ୍ଟରନେଟ୍ । ଉର୍ଫି ଜାଭେଦଙ୍କ ଫଟୋରେ କୋଟି କୋଟି ଲାଇକ୍ସ ଆସୁଛି । ଗୋଟେ ପଟେ ଜଣେ ଭାରତୀୟ ଯବାନ କାର୍ଗିଲରେ ଦେଶକୁ ସୁରକ୍ଷା ଦେଉଛନ୍ତି ଆଉ ଗୋଟିଏ ପଟେ ରହିଛନ୍ତି ଆମର ଆଉ ଏକ ଯୁବପିଢି, ଯେଉଁମାନେ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫଟୋ ଦେଖୁଛନ୍ତି' ଚେତନ ଭଗତଙ୍କ ଏହି ମନ୍ତବ୍ୟକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଛି । ପ୍ରସିଦ୍ଧ ଲେଖକଙ୍କର ଏହି କମେଣ୍ଟକୁ ଅନେକ ସମର୍ଥନ ଜଣାଇଥିବା ବେଳେ ଅନେକ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଉର୍ଫି ସୋସିଆଲ ମିଡିଆରେ ଚେତନ ଭଗବତଙ୍କ 'Mee Too' ଅଭିଯୋଗ' ପ୍ରସଙ୍ଗ ଉଠାଇଛନ୍ତି ଏବଂ ତାଙ୍କ ବିରୋଧରେ ଅନେକ ମହିଳା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ଉର୍ଫି ।
ଉର୍ଫିଙ୍କ ସମର୍ଥନରେ ବାହାରି ଚେତନ ଭଗତଙ୍କର ନିନ୍ଦା କରିଛନ୍ତି 'ପିସାଚିନି' ଧାରବାହିକର ଅଭିନେତ୍ରୀ ରୁତୁଜା ସାୱନ୍ତ । ସେ କହିଛନ୍ତି, 'ଆମେ ଖୁବ୍ ଶୀଘ୍ର ୨୦୨୩ ମସିହାରେ ଏଣ୍ଟ୍ରି କରିବା ପାଇଁ ଯାଉଛୁ, କିନ୍ତୁ ଆମ ସମାଜର 'ଶିକ୍ଷିତ' ଲୋକମାନେ ଜଣେ ମହିଳାଙ୍କୁ ପରିହାସ କରିବାରେ ବ୍ୟସ୍ତ ଅଛନ୍ତି କାରଣ ସେ ନିଜ ପସନ୍ଦର ପୋଷାକ ପିନ୍ଧୁଛନ୍ତି ବୋଲି । ତୁମ ମାନଙ୍କର ମାନସିକତା କେବେ ବଦଳିବ? ଲେଖକ ଚେତନ ଭାଗବତଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି ।












Click it and Unblock the Notifications