ଦ୍ୱିତୀୟ ଦିନରେ ବକ୍ସଅଫଇସରେ 'Yodha'ର କମାଲ୍, ଜାଣନ୍ତୁ କେତେ କୋଟିର କଲା ବ୍ୟବସାୟ
Yodha Box Office Collection Day 2: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'Yodha'ର ଜବରଦସ୍ତ ପ୍ରମୋସନ ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ କରିଥିଲେ ଅପେକ୍ଷା । ଦୀର୍ଘ ସମୟ ପରେ ବଡ ପରଦାରେ ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ପ୍ରସଂକଙ୍କ ମନ ଜିଣୁଛି । ଆଶା କରାଯାଉଥିଲା ଯେ ଏହି ଚଳଚ୍ଚିତ୍ରଟିକୁ ବହୁତ ପସନ୍ଦ କରାଯିବ ହେଲେ ଏହି ସିନେମାକୁ ଠିକ୍ ଠାକ୍ ପ୍ରତିକ୍ରିୟା ମିଳିଛି ।
ମାର୍ଚ୍ଚ 15ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଚଳଚ୍ଚିତ୍ର 'ଯୋଦ୍ଧା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରର ଆରମ୍ଭ କିଛି ବିଶେଷ ନଥିଲା । ରିପୋର୍ଟ ଅନୁଯାୟୀ, 'ଯୋଦ୍ଧା' ଫିଲ୍ମ ପ୍ରଥମ ଦିନରେ 4.25 କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ଦ୍ୱିତୀୟ ଦିନର ବକ୍ସ ଅଫିସ୍ ସଂଗ୍ରହ ପ୍ରକାଶ ପାଇଛି। ଓପନିଂ ଡେ' ତୁଳନାରେ ଦ୍ୱିତୀୟ ଦିନରେ ସିନେମାର ବଢିଛି ।

ସାକନିଲ୍କ ରିପୋର୍ଟ ଅନୁଯାୟୀ, ଯୋଦ୍ଧା ଦ୍ୱିତୀୟ ଦିନରେ 5.75 କୋଟି ଟଙ୍କା ରୋଜଗାର କରିଛନ୍ତି। ସେହି ଅନୁଯାୟୀ, ଫିଲ୍ମଟି ଦୁଇ ଦିନରେ ମାତ୍ର 9.85 କୋଟି ଟଙ୍କା ସଂଗ୍ରହ କରିଛି । ଏଭଳି ପରିସ୍ଥିତିରେ ଶନିବାର ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ରୋଜଗାରରେ ବୃଦ୍ଧି ଘଟିଥିବା ଜଣାପଡିଛି। ବର୍ତ୍ତମାନ ଏହି ଫିଲ୍ମର ଆୟ ଏବଂ ସୋସିଆଲ ମିଡିଆ ରେସପନ୍ସ ଦେଖିଲେ ଏହା କୁହାଯାଇପାରେ ଯେ ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଏହି ଆକ୍ସନ୍ ଭରା ସିନେମାକୁ ଦେଖିବା ପାଇଁ ଅଧିକ ପସନ୍ଦ କରୁ ନାହାଁନ୍ତି ।












Click it and Unblock the Notifications