ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍ ଦାଖଲ
ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଶହେ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି ହାଇଦ୍ରବାଦ ପୋଲିସ। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜଶିଟ୍ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି।

ଏଥିସହିତ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଛି। ସନ୍ଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସୂଚନା ଥାଉକି, ୨୦୨୪ ଡିସେମ୍ବରରେ ପୁଷ୍ପା-୨ର ପ୍ରିମିୟର ଶୋ' ବେଳେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ନାବାଳକ ପୁଅ ଗୁରୁତର ହୋଇଥିଲେ।












Click it and Unblock the Notifications