ଅଲ୍ଲୁ ଅର୍ଜୁନଙ୍କ ବଡ଼ ବୟାନ, କହିଲେ ମୋ ଚରିତ୍ର ସଂହାର କରାଯାଉଛି'
ମୁମ୍ବାଇ: ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-2ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ୮ ବର୍ଷର ପୁଅ ଶ୍ରୀତେଜ ଆହତ ହୋଇ ତାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ପରେ ଦଳଚକଟା ମାମଲାରେ ଗିରଫ ହୋଇଥିଲେ ସୁପରଷ୍ଟାର ଅଲୁ ଅର୍ଜୁନ। ଜେଲ୍ ପରେ ତାଙ୍କୁ ମିଳିଥିଲା ବେଲ୍।
କିନ୍ତୁ ଜାମିନ ପାଇବା ପରେ ବି ସେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିନଥିଲେ। ଶେଷରେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ଅଲ୍ଲୁ। ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା ବିବାଦକୁ ନେଇ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ରଖିଛନ୍ତି।
ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟାରେ କହିଛନ୍ତି, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଅନେକ ମିଛ କଥା ପ୍ରଚାର ହେଉଛି। ଯାହା ଘଟିଗଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦଳାଚକଟା ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର ସହ ସମବେଦନା ରହିଛି ବୋଲି ସୁପରଷ୍ଟାର ଅଲୁ ଅର୍ଜୁନ ପ୍ରକାଶ କରିଛନ୍ତି।

ଅନ୍ୟପଟେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ସାନ ଭାଇ ତଥା ତେଲଙ୍ଗାନାର ବିଧାୟକ ଅକବରୁଦ୍ଦିନ ଓୱେସୀ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଅଲ୍ଲୁଙ୍କ ସୁପରହିଟ ସିନେମା ପୁଷ୍କା-୨: ଦ ରାଇଜର ପ୍ରିମିୟର ଶୋ' ହାଇଦ୍ରାବାଦରେ ଆୟୋଜନ ହୋଇଥିବା ବେଳେ ସେଠାରେ ଦଳାଚକଟା ହୋଇଥିଲା। ତେବେ ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ଅସମ୍ବେଦନଶୀଳ ବ୍ୟବହାର ଓ ଅବହେଳା ପ୍ରଦର୍ଶନ କରିଥିଲେ ବୋଲି ଜୁନିୟର ଓୱେସୀ କହିଛନ୍ତି।
ତେଲଙ୍ଗାନା ବିଧାନସଭାରେ ଓୱେସୀ ଅଭିଯୋଗ କରିଛନ୍ତି ଯେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ହେଁ ଅଲ୍ଲୁ ଅର୍ଜୁନ ହଲରେ ସିନେମା ଦେଖିଥିଲେ ଓ ସେଠାରୁ ବାହାରିବା ପରେ ବେଶ ହସଖୁସିରେ ହାତ ହଲାଇ ଚାଲି ଯାଇଥିଲେ। ମୋ ପାଖରେ ଥିବା ସୂଚନା ଅନୁସାରେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟା ସମ୍ପର୍କରେ କୁହାଯାଇଥିଲା। ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ ଖବର ପାଇଥିଲେ। କିନ୍ତୁ ଏହା ଶୁଣି ସେ ବିଚଳିତ ହୋଇ ନଥିଲେ, ବରଂ ଏବେ ଫିଲ୍ମ ହିଟ ହେବା ସୁନିଶ୍ଚିତ ବୋଲି ସେ କହିଥିଲେ।












Click it and Unblock the Notifications