Get Updates
Get notified of breaking news, exclusive insights, and must-see stories!

ଏହି OTT'ପ୍ଲାଟଫର୍ମରେ ରିଲିଜ୍ ହେବ 'Chandu Champion'

Chandu Champion OTT Release Date: କାର୍ତ୍ତିକ ଆର୍ଯ୍ୟଙ୍କ ଅଭିନୀତ କ୍ରୀଡା ଡ୍ରାମା ଚଳଚ୍ଚିତ୍ର 'Chandu Champion' ଆଜି (14 ଜୁନ୍) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । କବୀର ଖାନଙ୍କ ନିର୍ଦ୍ଦେଶନା ଚଳଚ୍ଚିତ୍ର ଏହାର ପୋଷ୍ଟର ଏବଂ ଟ୍ରେଲର ରିଲିଜ୍ ପରଠାରୁ ବହୁତ ଚର୍ଚ୍ଚାରେ ରହିଥିଲା । 140 କୋଟି ଟଙ୍କାରେ ନିର୍ମିତ 'ଚନ୍ଦୁ ଚାମ୍ପିଅନ୍' ହେଉଛି ଭାରତର ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାନ୍ତ ପେଟକରଙ୍କ ପ୍ରେରଣାଦାୟକ ସତ୍ୟ କାହାଣୀ ଉପରେ ଆଧାରିତ ।

ଏହି ଚଳଚ୍ଚିତ୍ରରେ ପେଟକରଙ୍କ ଯବାନଠୁ ଆରମ୍ଭ କରି ବକ୍ସର ହେବା ଠାରୁ ଆରମ୍ଭ କରି ଚମ୍ପିଅନ୍ ହେବା ପର୍ଯ୍ୟନ୍ତର ସଫଲ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ବର୍ତ୍ତମାନ ଏହାର OTT ରିଲିଜକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଏହି ସିନେମାଟି କେବେ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ।

Chandu Champion


2024 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ୍'ବଡ଼ ପରଦାରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର OTT ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ହେଲେ ଏହି ଚଳଚ୍ଚିତ୍ରର OTT ରିଲିଜ୍ ତାରିଖ ନିଶ୍ଚିତ ହୋଇନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାଇମ ଭିଡିଓ 'ଚନ୍ଦୁ ଚାମ୍ପିଅନ୍'ର OTT ଅଧିକାର କିଣିଛି ।

ରିଲିଜ୍ ହେବାର ପ୍ରାୟ ଦୁଇ ମାସ ପରେ ଫିଲ୍ମଟି ଡିଜିଟାଲ୍ ଡେବ୍ୟୁ କରିପାରେ, ବୋଧହୁଏ ଜୁଲାଇ ଶେଷରେ କିମ୍ବା ଅଗଷ୍ଟ ମାସ ଆରମ୍ଭରୁ ଏହା ଓଟିଟିରେ ରିଲିଜ୍ ହେବା ନେଇ ଆଶା କରାଯାଉଛି । ହେଲେ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+