‘ଚକଦା ଏକ୍ସପ୍ରେସ’: କୋହଲିଙ୍କ ପରେ ପଡ଼ିଆକୁ ଓହ୍ଲାଇଲେ ପତ୍ନୀ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟର ତଥା ଫାଷ୍ଟ ବୋଲର ଲୁକ୍‌ରେ ମିସେସ୍‌ କୋହଲି। ରିଲିଜ ହୋଇଛି ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଟିଜର। ଦୀର୍ଘ ତିନି ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା।

ମୁମ୍ବାଇ: ନୂଆ ଲୁକ୍‌ରେ ଅନୁଷ୍କା ଶର୍ମା। ଭାରତୀୟ କ୍ରିକେଟର ତଥା ଫାଷ୍ଟ ବୋଲର ଲୁକ୍‌ରେ ମିସେସ୍‌ କୋହଲି। ରିଲିଜ ହୋଇଛି ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ ଫିଲ୍ମ 'ଚକଦା ଏକ୍ସପ୍ରେସ'ର ଟିଜର। ଦୀର୍ଘ ତିନି ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା।

Anushka Sharma

ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ଫିଲ୍ମ:

ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଫିଲ୍ମର ପ୍ରୋମୋରେ ଅନୁଷ୍କା କ୍ରିକେଟର ଝୁଲନ୍‌ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସେ ବଙ୍ଗାଳୀ ଭାଷାରେ ଏକ ଡାଇଲଗ୍‌ କହୁଛନ୍ତି- 'ଜବ ଜର୍ସି ଖୁଦ୍‌ କେ ନାମ୍‌ କା ନେହିଁ ତୋ ଫ୍ୟାନ୍‌ କିସକେ ନାମ୍‌ କୋ ଫଲୋ କରେଗା, କିନ୍ତୁ ଚିନ୍ତା କରୋନା, ଆଜ ଜର୍ସି ପେ ଅପନା ନାମ ବନା ଲିୟା ଔର କଲ ଅପନା ପେହଚାନ୍‌ ଭି ବନା ଲେଗା'।

ଏହି ଟିଜରକୁ ପୋଷ୍ଟ କରି ନେଟ୍‌ଫ୍ଲିକ୍ସ କ୍ୟାପସନରେ ଲେଖିଛି, 'HOWZZAT ଚିତ୍କାର କରିବାର ସମୟ ଆସିଛି, କାରଣ 'ଚାକଦା ଏକ୍ସପ୍ରେସରେ' #ଝୁଲଣ ଗୋସ୍ୱାମୀଙ୍କ ପରି ଅନୁଷ୍କା ଶର୍ମାଙ୍କୁ ମଧ୍ୟ ୱିକେଟ୍ ଡ୍ରପ୍ କରୁଥିବା ଦେଖିବାକୁ ଆମେ ଉତ୍ସାହିତ ଅଛୁ।'

ଟିଜର ସେୟାର କଲେ ଅନୁଷ୍କା:

ପ୍ରୋସିତ ରୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଅନୁଷ୍କା ଲିଡ୍‌ ରୋଲରେ ଅଛନ୍ତି। ଏହି ଟିଜର ରିଲିଜ ହେବା ପରେ ଅନୁଷ୍କା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାକୁ ଶେଆର କରିଛନ୍ତି। ଆଉ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଫିଲ୍ମ। କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ। ଚାକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଏହା ଆଧାରିତ।

ସୂଚନାଯୋଗ୍ୟ ଯେ ଝୁଲନ୍‌ ଗୋସ୍ୱାମୀ ମହିଳା ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠୁ ଅଧିକ ଓ୍ଵିକେଟ୍‌ ନେଇଥିବା ବୋଲର ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସ୍ପିଡ୍‌ ବୋଲର। ତାଙ୍କ ଆତ୍ମ ଜୀବନୀକୁ ଅନୁଷ୍କା ଶର୍ମା ପରଦାରେ ଉପସ୍ଥାପନ କରିବେ।

ଅନୁଷ୍କା ଶର୍ମାଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ଜିରୋ', ଯେଉଁଥିରେ ସେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୮ରେ ମୁକ୍ତିଲାଭ କରିଥିଲା ​​। ଏହା ପରେ ଭାରତୀୟ ଦଳର କ୍ରିକେଟର ବିରାଟ କୋହଲିଙ୍କୁ ବିବାହ ପରେ ଏହା ଅଭିନେତ୍ରୀ ଇଣ୍ଡଷ୍ଟ୍ରୀରୁ ବିରତି ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+