Get Updates
Get notified of breaking news, exclusive insights, and must-see stories!

ବିବାହ ବନ୍ଧନରେ ବାନ୍ଧି ହେଲେ ହଲିଉଡ ଗାୟିକା ଜେନିଫର୍ ଲୋପେଜ୍

Celebrity couple Jennifer Lopez and Ben Affleck got married ...ବିବାହ ବନ୍ଧନରେ ବାନ୍ଧି ହେଲେ ହଲିଉଡ ଗାୟିକା ଜେନିଫର୍ ଲୋପେଜ୍ । ବେନ୍ ଅଫ୍ଲେକ୍ ବର୍ତ୍ତମାନଙ୍କ ହାତ ଧରିଲେ ଜେନିଫର୍ । ବିବାହ ପରେ ସୋସିଆଲ ମିଡିଆରେ ନିଜର ପ୍ରଥମ ପୋଷ୍ଟ ସେୟାର କରିଛନ୍

ବିବାହ ବନ୍ଧନରେ ବାନ୍ଧି ହେଲେ ହଲିଉଡ ଗାୟିକା ଜେନିଫର୍ ଲୋପେଜ୍ । ବେନ୍ ଅଫ୍ଲେକ୍ ବର୍ତ୍ତମାନଙ୍କ ହାତ ଧରିଲେ ଜେନିଫର୍ । ବିବାହ ପରେ ସୋସିଆଲ ମିଡିଆରେ ନିଜର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି।ଏହି ଲଭବାର୍ଡ ଲାସ୍ ବେଗାସରେ ରବିବାର ଦିନ ବିବାହ କରିଛନ୍ତି । ୫୨ ବର୍ଷିୟ ଜେନିଫର ଦ୍ୱିତୀୟ ଥର ପାଇଁ ୪୯ ବର୍ଷିୟ ବେନଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜେନିଫରଙ୍କ ମୁହଁରେ ଥିବା ହସ ସେମାନଙ୍କ ବିବାହର ଖୁସି ସ୍ପଷ୍ଟ ଝଲସୁଛି । ଶେଷରେ ଜେନଫିର ଏବଂ ବେନ୍ ଏକାଠି ହୋଇଥିବାରୁ ସେମାନଙ୍କ ଫ୍ୟାନ୍ସ ମଧ୍ୟ ଖୁବ ଖୁସି ହୋଇଛନ୍ତି।

jennifer

ବିବାହରେ ଜେନିଫର୍ ଧଳା ଗାଉନ୍ ଓ ବେନ୍ ଏକ ଧଳା ସୁଟ୍ ପିନ୍ଧିଥିଲେ । ଏହି ଦମ୍ପତି ଦୀର୍ଘ ସମୟ ଧରି ବ୍ରେକଅପ୍ କରିଥିଲେ ଏବଂ ଗତ ବର୍ଷ ଏହି ଯୋଡି ପୁନର୍ବାର ଏହି ଯୋଡି ସମ୍ପର୍କକୁ ଫେରିଥିଲା । ଜେଏଲଓ ନାମରେ ଜଣାଶୁଣା ଜେନିଫର୍ ଲୋପେଜ୍ ତାଙ୍କ ନା ମଧ୍ୟ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସେ ଜେନିଫର୍ ଆଫ୍ଲେକ୍ ହୋଇଛନ୍ତି ।ଜେନିଫର୍ 2002ରେ ବେନଙ୍କ ସହିତ ଏନଗେଜମେଣ୍ଟ କରିଥିଲେ । ଏନଗେଜମେଣ୍ଟର ଏକ ବର୍ଷ ମଧ୍ୟରେ ହିଁ ଉଭୟଙ୍କ ଏହି ସମ୍ପର୍କ ଭାଙ୍ଗିଯାଇଥିଲା ଏବଂ ବର୍ତ୍ତମାନ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯେଉଁଥି ପାଇଁ ସୋସିଆଲ ମିଡିଆରେ ଏମାନଙ୍କୁ ଢେର୍ ଶୁଭେଚ୍ଛା ମଧ୍ୟ ମିଳୁଛି ।ଚଳିତ ବର୍ଷ ଏପ୍ରିଲରେ ନିର୍ବନ୍ଧ କରିଥିଲେ। ଜେନିଫର୍ ଯେଉଁ ରିଙ୍ଗ ପିନ୍ଧିଥିଲେ ତାହାକୁ ନେଇ ମଧ୍ୟ ଖୁବ୍‌ ଆଲୋଚନା ହୋଇଥିଲା । ଯାହାର ମୂଲ୍ୟ ୫ ମିଲିୟନ୍‌ ଡଲାର ଅର୍ଥାତ୍‌ ୩୭ କୋଟି ଟଙ୍କା । ବର୍ତ୍ତମାନ ଏହି ଲଭବାର୍ଡ ବହୁତ ଖୁସିଥିବାର ଜଣାପଡୁଛି ।୨୦ ବର୍ଷ ପରେ ପୁଣି ଏକାଠି ହୋଇ ଏହି କପଲ ଖୁବ ଖୁସ ଜଣାପଡୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+