Get Updates
Get notified of breaking news, exclusive insights, and must-see stories!

ସିନେମା ପାଇଁ ପ୍ରକୃତ ନାମକୁ ଲୁଚାଇଲେ ଏହି ଷ୍ଟାର, ଏହି ଲିଷ୍ଟରେ ସାମିଲ୍ ଅମିତାଭ !

Celebrity Changes Their Name: ସିନେମା ପାଇଁ ପ୍ରକୃତ ନାମକୁ ଲୁଚାଇଲେ ଏହି ଷ୍ଟାର, ଏହି ଲିଷ୍ଟରେ ସାମିଲ୍ ଅମିତାଭ !

ମୁମ୍ବାଇ: ବଲିଉଡ ତାରକାମାନେ ପ୍ରତ୍ୟକ ଦିନ ଲାଇମଲାଇଟରେ ରହିଥାନ୍ତି । କେତେବେଳେ ବ୍ୟକ୍ତିଗତ ଜୀବନ ତ କେତେବେଳ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏହି ତାରାମାନେ କେବଳ ନିଜ ନାମ ପାଇଁ ହିଁ ପପୁଲାରିଟି ସାଉଁଟିଥାନ୍ତି ।ତେବେ ଏପରି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ କ୍ୟାରିୟର କରିବା ପାଇଁ ସେମାନଙ୍କର ପ୍ରକୃତ ନାମ ଲୁଚାଇ ଏକ ନୂଆ ନାମ ସହିତ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ତାରାମାନଙ୍କର ପ୍ରକୃତ ନାମ କହିବୁ

Celebrity
ଦିଲୀପ କୁମାର : ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର । ତାଙ୍କୁ ଦର୍ଶକ ଏହି ନାଁ ରେ ହିଁ ଅପଣାଇଥିଲେ । ହେଲେ ଦିଲୀପ କୁମାରଙ୍କ ପ୍ରକୃତ ନାଁ ଥିଲା ମହମ୍ମଦ ୟୁସୁଫ ଖାନ୍‌ । ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଦେବିକା ରାନୀ ୟୁସୁଫଙ୍କୁ ଦିଲୀପ କୁମାରଙ୍କୁ ନୂଆ ନା ଦେଇଥିଲେ ।
DILLIP KUMAR

ଅମିତାଭ ବଚ୍ଚନ: ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଅମିତାଭ ବଚ୍ଚନ ମଧ୍ୟ ଏହି ନାମ ସହିତ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ପୁରା ବିଶ୍ୱରେ ଲୋକେ ତାଙ୍କୁ ଏହି ନାଁରେ ହିଁ ଚିହ୍ନନ୍ତି । ଯଦିଓ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ ଅମିତାଭଙ୍କ ନାଁ ଇନକିଲାବ ଶ୍ରୀବାସ୍ତବ।ହେଲେ ପରଦାରେ କିନ୍ତୁ ସେ ଅମିତାଭ ନାମରେ ବେଶ ସଫଳ। ଏହି ନାମରେ ତାଙ୍କୁ ମିଳିଛି ସଫଳତା । ସୁମିତ୍ରା ନନ୍ଦ ପନ୍ତଙ୍କ କଥା ମାନି ପିତା ହରିବଂଶ ରାୟ ତାଙ୍କ ନାଁ ବଦଳାଇ ଅମିତାଭ ବଚ୍ଚନ ରଖିଥିଲେ ।

AMITABH

ଅକ୍ଷୟ କୁମାର: ସେହିପରି ପରଦାର ଖିଲାଡି କୁମାରଙ୍କ ନାମ ମଧ୍ୟ ଅସଲି ନୁହେଁ । ଅକ୍ଷୟଙ୍କର ବହୁତ କମ୍ ପ୍ରଶଂସକ ତାଙ୍କର ପ୍ରକୃତ ନାମ ଜାଣିଥିବେ । ଅକ୍ଷୟଙ୍କ ପ୍ରକୃତ ନାଁ ହେଉଛି ରାଜୀବ ହରି ଓମ୍ ଭାଟିଆ । ଅକ୍ଷୟ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଯୋଗୁଁ ରାଜୀବରୁ ଅକ୍ଷୟ ହୋଇଥିଲେ। ପରଦା ତାଙ୍କୁ ଏହି ନାଁ ଖୁବ ସଫଳତା ଦେଇଛି ।

AK

ସନି ଲିଓନି: ଭାରତୀୟ ବଂଶୋଦଭବ ଏହି ଆମେରିକୀୟ କଳାକାରଙ୍କ ନାମ ହେଲା କରନଜିତ୍ ସିଂ ବୋହରା । କିନ୍ତୁ ସନି ଲିଓନି ଭାବେ ଏବେ ସେ ବେଶ୍ ଜଣାସୁଣା। ଏହି ନାଁ ତାଙ୍କୁ ଏକ ନୂଆ ପରିଚୟ ଦେବା ସହ ଅନେକ ସଫଳତା ମଧ୍ୟ ଦେଇଛି ।

SUNNY

ରେଖା:ବଲିଉଡର ଏଭରଗ୍ରୀନ ଷ୍ଟାର ରେଖାଙ୍କର ନାଁ ମଧ୍ୟ ଅସଲି ନୁହେଁ । ସିନେମା ଦୁନିଆରେ ରେଖା ଭାବେ ଦର୍ଶକ ମନରେ ରାଜ କରୁଥିବା ଅଭିନେତ୍ରୀଙ୍କ ପ୍ରକୃତ ନାଁ ହେଲା ଭାନୁରେଖା ଗଣେଶନ। ପ୍ରଖ୍ୟାତ ତାମିଲ ଅଭିନେତା ରାମାସାମୀ ଗଣେଶନ ଓରଫଜେମିନି ଗଣେଷନଙ୍କ କନ୍ୟା ହେଉଛନ୍ତି ରେଖା ଗଣେଶନ।

PJ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+