Get Updates
Get notified of breaking news, exclusive insights, and must-see stories!

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା, କ୍ଲୋଜର ରିପୋର୍ଟ ଦାଖଲ କଲା CBI, ରିପୋର୍ଟରେ ରହିଛି କଣ ?

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ୪ ବର୍ଷ ପରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ମୁମ୍ବାଇ କୋର୍ଟରେ ସିବିଆଇ ପକ୍ଷରୁ କ୍ଲୋଜର ରିପୋର୍ଟ ଦାଖଲ ହୋଇଛି।

ପରସ୍ପର ପ୍ରତି ସୁଶାନ୍ତଙ୍କ ବାପା ଏବଂ ରିୟା କରିଥିବା ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ସିବିଆଇ ପକ୍ଷରୁ ରିୟା ଚକ୍ରବର୍ତ୍ତି ଏବଂ ପରିବାରକୁ କ୍ଲିନ ଚିଟ୍‌‌ ଦିଆଯାଇଥିବାବେଳେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ସୂଚନା ଦିଆଯାଇଛି। ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍‌‌ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି। ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।

Sushant Singh Rajput Death Case

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ଶନିବାର ସିବିଆଇ ନିଜର କ୍ଲୋଜର ରିପୋର୍ଟ ମୁମ୍ବାଇସ୍ଥିତ ଏକ ଅଦାଲତରେ ଦାଖଲ କରିଛି। ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି।

୨୦୨୦ ଜୁନ୍‌ ୧୪ରେ ସୁଶାନ୍ତ ନିଜ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେ.କେ. ସିଂ ପାଟନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ ସେ କହିଥିଲେ। କେ.କେ. ସିଂଙ୍କ ଅଭିଯୋଗ ଆଧାରରେ ପାଟନା ପୋଲିସ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ଏହାର ଜବାବରେ ରିୟା ମଧ୍ୟ ମୁମ୍ବାଇରେ ଏକ କାଉଣ୍ଟର ଅଭିଯୋଗ କରିଥିଲେ, ଯେଉଁଥିରେ ସେ ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ନକଲି ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ ନେଇଥିବାର ଅଭିଯୋଗ କରିଥିଲେ। ୨୦୨୦ ଅଗଷ୍ଟରେ ସିବିଆଇ ଏହି ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା। ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାମଲାର ତଦନ୍ତ କରିବା ପରେ ଶନିବାର ସିବିଆଇ ପକ୍ଷରୁ ଉଭୟ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରିୟା ଏବଂ ତାଙ୍କ ପରିବାରକୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ତଦନ୍ତ ବେଳେ ସିବିଆଇ ରିୟାଙ୍କୁ ମିଶାଇ ୨୦ରୁ ଅଧିକ ଜଣଙ୍କୁ ପଚରାଉଚରା କରିଥିଲା।

ସିବିଆଇ କ୍ଲୋଜର ରିପୋର୍ଟରେ କ'ଣ ଅଛି?
-ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର କୌଣସି ପ୍ରମାଣ ମିଳିନାହିଁ
-ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ
-ରିୟା ଏବଂ ତାଙ୍କ ପରିବାରକୁ କ୍ଲିନ ଚିଟ୍‌
-ସୁଶାନ୍ତ ଜୁନ୍‌ ୨୦୨୦ରେ ଆତ୍ମହତ୍ୟା କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+