'Pushpa 2'ର ସଫଳତା ମଧ୍ୟରେ ଆଲ୍ଲୁ ଅର୍ଜୁନଙ୍କ ନାଁ ରୁଜୁ ହେଲା ମାମଲା
Pushpa 2: ଗୋଟେ ଖୁସି ତ ଅନ୍ୟ ପଟେ ବଢିଲା ଆଲ୍ଲୁ ଅର୍ଜୁନଙ୍କ ଚିନ୍ତା । ବକ୍ସ ଅଫିସରେ ଜବରଦସ୍ତ ଆୟ କରିବା ସହ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗୁଛି ଫିଲ୍ମ ପୁଷ୍ପା । ଅଭିନେତା ଆଲ୍ଲୁ ଅର୍ଜୁନଙ୍କ ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ହେଲେ ଏହାରି ମଧ୍ୟରେ ରିୟଲ ଲାଇଫରେ ଅଭିନେତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି ।

ଗୁରୁବାର ଦିନ ଅର୍ଥାତ୍ ଫିଲ୍ମ ପୁଷ୍ପା-2 ରିଲିଜର ପ୍ରଥମ ଦିନରେ ସମସ୍ତ ସିନେମା ଘର ବାହାରେ ଏତେ ଭିଡ଼଼ ବଢିଯାଇଥିଲା ଯେ ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଥିଲା । ତେବେ ହାଇଦ୍ରାବାଦ ସଧ୍ୟା ଥିଏଟର ବାହାରେ ପୁଷ୍ପା-2 ଶୋ ବେଳେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଜଣେ ମହିଳାଙ୍କ ମୃ୍ତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ଯାହା ପରେ ଆଲ୍ଲୁ ଅର୍ଜୁନଙ୍କ ଏବଂ ସିନେମା ହଲ୍ ମାଲିକଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି ।












Click it and Unblock the Notifications