ନିଜର ବୟାନ ପାଇଁ ବିବାଦରେ ବିଜୟ, ଅଭିନେତାଙ୍କ ନାଁରେ ମାମଲା ରୁଜୁ
ସାଉଥ ଅଭିନେତା ବିଜୟ ଦେବରକୋଣ୍ଡା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ପ୍ରଫେସନାଲ ଲାଇଫକୁ ନେଇ। କିନ୍ତୁ, ଗତ କିଛି ଦିନ ଧରି ବିଜୟ ତାଙ୍କର ଏକ ବୟାନ ଯୋଗୁଁ ବିବାଦ ମଧ୍ୟକୁ ଟାଣିହୋଇ ଯାଇଛନ୍ତି। ଆଦିବାସୀ ସମୁଦାୟର ଭାବନାକୁ ଆଘାତ ଦେଉଥିବା ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ SC/ST ଆଇନ ଅନୁଯାୟୀ ଏକ ମାମଲା ଦାଖଲ କରାଯାଇଛି ।
ବିଜୟ ଦେବରକୋଣ୍ଡା ଏପ୍ରିଲ ମାସରେ ଅଭିନେତା ସୂର୍ଯ୍ୟଙ୍କ ଫିଲ୍ମ 'ରେଟ୍ରୋ'ର ଅଡିଓ ଲଞ୍ଚରେ ପହଞ୍ଚିଥିଲେ। ସେଠାରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇଥିଲେ। ବିଜୟ କହିଥିଲେ ଯେ, ଆତଙ୍କବାଦର ମୁକାବିଲା କରିବା ପାଇଁ ସମସ୍ତେ ଏକ୍ ହେବା ଆବଶ୍ୟକ। ସେ ଏହା ମଧ୍ୟ କହିଥିଲେ ଯେ, ପାକିସ୍ତାନର ଲୋକମାନେ ନିଜେ ସେମାନଙ୍କ ସରକାରଙ୍କୁ ନେଇ ସନ୍ତୁଷ୍ଟ ନୁହନ୍ତି।

ତେବେ ବିଜୟ ତାଙ୍କ ଭାଷଣ ସମୟରେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହା ତାଙ୍କ ପାଇଁ ସମସ୍ୟା ପାଲଟିଛି। ବିଜୟ କହିଥିଲେ, 'ଆତଙ୍କବାଦୀମାନେ ଏବେ ସେଭଳି ଲଢ଼ୁଛନ୍ତି, ଯେପରି ୫୦୦ବର୍ଷ ପୂର୍ବେ ଆଦିବାସୀମାନେ ଲଢ଼ୁଥିଲେ। ଆମକୁ ଏକ୍ ହୋଇ ରହିବା ଏବଂ ପରସ୍ପରକୁ ଭଲ ପାଇବା ଉଚିତ। ଆଗକୁ ବଢ଼ିବା ପାଇଁ ଆମକୁ ସର୍ବଦା ଏକାଠି ରହିବା ଉଚିତ। ଏଥିପାଇଁ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ନିଜେ ଖୁସି ରହିବୁ ଏବଂ ଆମ ପିତାମାତାଙ୍କୁ ଖୁସି ରଖିବୁ, ସେତେବେଳେ ହିଁ ଆମେ ଏକାଠି ଆଗକୁ ବଢ଼ିପାରିବୁ।'












Click it and Unblock the Notifications