କାନ୍ସ ଫେଷ୍ଟିଭାଲ: ରେଡ କାର୍ପେଟରେ ଓଡ଼ିଆ ଦମ୍ପତି
କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ସିନେ ଷ୍ଟାରଙ୍କ ଭିତରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ । ବିଶ୍ୱବିଖ୍ୟାତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ପତ୍ନୀ ଡୋନା କାନ୍ସ ଫେଷ୍ଟିଭାଲ୍ର ରେଡ କାର୍ପେଟ୍ରେ ଚା
ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ସିନେ ଷ୍ଟାରଙ୍କ ଭିତରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ । ବିଶ୍ୱବିଖ୍ୟାତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ପତ୍ନୀ ଡୋନା କାନ୍ସ ଫେଷ୍ଟିଭାଲ୍ର ରେଡ କାର୍ପେଟ୍ରେ ଚାଲିଥିବା ଦେଖାଯାଇଛି ।

ଜିତେନ୍ଦ୍ର ଏହି ଫଟୋ ନିଜ ସୋଶଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ଜିତେନ୍ଦ୍ର ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ସମ୍ବଲପୁରୀ ରେଶମ ପୋଷାକକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । କାନ୍ସ ରେଡ୍ କାର୍ପେଟ୍ ଯାହା ଉପରେ ସାରା ବିଶ୍ୱର ନଜର ଥାଏ ।
ସାରା ବିଶ୍ସରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ଜିତେନ୍ଦ୍ରଙ୍କ ପାଇଁ ଏକ ବଡ ସୁଯୋଗ ଥିଲା । କାନ୍ସରେ ଜିତେନ୍ଦ୍ର 10ଟି ଓଡ଼ିଆ ଚଳଚ୍ଚିତ୍ରକୁ ସମ୍ମାନଜନକ 'ମାର୍ଚ୍ଚେ ଡୁ ଫିଲ୍ମ' ବଜାରରେ ଉପସ୍ଥାପନ କରିଥିଲେ। 'ମାର୍ଚ୍ଚେ ଡୁ ଫିଲ୍ମ' 1959ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ସହ ସୃଷ୍ଟ ବିଶ୍ବର ଅନ୍ୟତମ ବୃହତ୍ ଚଳଚ୍ଚିତ୍ର ବଜାର ବା ଫୋରମ୍, ଯେଉଁଥିରେ ପ୍ରତିବର୍ଷ 12 ହଜାରରୁ ଅଧିକ ଫିଲ୍ମ ପେସାଦାର ସାମିଲ ହୁଅନ୍ତି ଏବଂ 5500ରୁ ଅଧିକ କମ୍ପାନୀ ପାଇଁ 1600ରୁ ଅଧିକ କ୍ରେତା ଅଂଶଗ୍ରହଣ କରିଥା'ନ୍ତି ।












Click it and Unblock the Notifications