Get Updates
Get notified of breaking news, exclusive insights, and must-see stories!

Cannes Film Festival 2023:ଇଶା ଗୁପ୍ତାଙ୍କ ଜଲୱା, ଦର୍ଶକକୁ ଇମପ୍ରେସ କଲା ବୋଲ୍ଡ ଲୁକ୍

Cannes Film Festival 2023:ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ମେ 16 ରୁ ଆରମ୍ଭ ହୋଇଥିବା ଏହି ଇଭେଣ୍ଟର ରେଡ୍ କାର୍ପେଟରେ ପ୍ରଥମ ଦିନରେ ହିଁ ଅନେକ ବଲିଉଡ ଅଭିନେତ୍ରୀଙ୍କ ଜଲୱା ଦେଖିବା ପାଇଁ ମିଳିଥିଲା । ଦେସୀ ଲୁକରେ ନଜର ଆସିଥିଲେ ସାରା ଅଲି ଖାନ ସେହିପରି ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ବୋଲ୍ଡ ଅନ୍ଦାଜରେ ଲୋକଙ୍କୁ ଇମପ୍ରେସ କରିଥିଲେ ।

କାନ୍ସ ଫିଲ୍ମ ଫେସଟିଭାଲର ରେଡ୍ କାର୍ପେଟରେ ଇଶା ଗୁପ୍ତାଙ୍କୁ ପ୍ରଥମ ଥର ଦେଖିବା ପାଇଁ ମିଳିଥିଲା । ନିଜ ବୋଲ୍ଡ ଅନ୍ଦାଜରେ ସେ ଚହଳ ସୃଷ୍ଟି କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ଲୁକକୁ ଖୁବ ପ୍ରଶଂସା ମଧ୍ୟ କରାଯାଉଛି ।

Esha Gupta

ଇଶା ଗୁପ୍ତା ନିଜେ ମଧ୍ୟ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲ 2023ରେ ଭାରତ ତରଫରୁ ଅଂଶ ଗ୍ରହଣ କରିଥିବାରୁ ମୁଁ ଖୁବ ଖୁସି ଅନୁଭବ କରୁଛି । ଭାରତ ବର୍ତ୍ତମାନ ସିନେମା ଜଗତରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଅଛି । ମୋ ଦେଶକୁ ସମଗ୍ର ବିଶ୍ୱ ସାମ୍ନାରେ ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ଗୌରବର ବିଷୟ ।
.

ଇଶା ଗୁପ୍ତା, ମୃନାଲ ଠାକୁର, ସାରା ଅଲି ଖାନ, ଅନୁଷ୍କା ଶର୍ମା ଏବଂ ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲର ଏଥର କାନ୍ସର ରେଡ କାର୍ପେଟରେ ଡେବ୍ୟୁ କରିବେ। ବଲିଉଡର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ଝିଅ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ 16 ରୁ ମେ 27 ପର୍ଯ୍ୟନ୍ତ ଜାରି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+