କାନ୍ସରେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ଜଲୱା
କାନ୍ସ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ଦିନ । ଏହି ଫେଷ୍ଟିଭାଲରେ ବିଦେଶୀ ସେଲେବ୍ରିଟିଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଭାଗ ନେଇଛନ୍ତି । ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ରେଡ କାର୍ପେଟରେ ଦେଖି ସମସ୍ତଙ୍କ ଆଖି ଲାଖି ଯାଇଥିଲା।
କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ଦିନ । ଏହି ଫେଷ୍ଟିଭାଲରେ ବିଦେଶୀ ସେଲେବ୍ରିଟିଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଭାଗ ନେଇଛନ୍ତି । ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ରେଡ କାର୍ପେଟରେ ଦେଖି ସମସ୍ତଙ୍କ ଆଖି ଲାଖି ଯାଇଥିଲା।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହାଲୁକା ବାଇଗଣୀ ରଙ୍ଗର ଗାଉନ୍ ପିନ୍ଧି କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଓହ୍ଲାଇଥିଲେ। ଐଶ୍ୱର୍ଯ୍ୟାଙ୍କ ଏହି ପର୍ପଲ ଗାଉନକୁ ଭାରତୀୟ ଡିଜାଇନର୍ ଗୌରବ ଗୁପ୍ତା ଡିଜାଇନ୍ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ଗୌରବ ବଢାଇଦେଇଛନ୍ତି ।
ଏହାପୂର୍ବରୁ ଐଶ୍ୱର୍ଯ୍ୟା କାନ୍ସରେ ଗୋଲାପୀ ଭାଲେଣ୍ଟିନୋ ପୋଷାକ ପିନ୍ଧିଥିଲେ ଯାହାର ମୂଲ୍ୟ ପ୍ରାୟ 4 ଲକ୍ଷ ଟଙ୍କା ଥିଲା। ସେ ଏହି ପୋଷାକ ସହିତ ଗୋଲାପୀ ରଙ୍ଗର ସ୍ୟାଣ୍ଡେଲରେ ନଜର ଆସିଥିଲେ । କାନ୍ସର ତୃତୀୟ ଦିନରେ ରେଡ କାର୍ପେଟରେ ଐଶ୍ୱର୍ଯ୍ୟାଙ୍କ ଏଣ୍ଟ୍ରି ଖୁବ୍ ଶାନଦାର୍ ଥିଲା ।












Click it and Unblock the Notifications