କାନ୍ସରେ ଦୀପିକାଙ୍କ ଜଲୱା, ଇନଷ୍ଟାରେ ସେୟାର କଲେ ଲାଟେଷ୍ଟ ଫଟୋ
କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ନିଜର ଲାଟେଷ୍ଟ ଲୁକ ସେୟାର କଲେ ଅଭିନେତ୍ରୀ ଦୀପିକା ପାଦୁକୋନ । କାନ୍ସରେ ଜୁରି ସଦସ୍ୟ ଭାବରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ।
କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ନିଜର ଲାଟେଷ୍ଟ ଲୁକ ସେୟାର କଲେ ଅଭିନେତ୍ରୀ ଦୀପିକା ପାଦୁକୋନ । କାନ୍ସରେ ଜୁରି ସଦସ୍ୟ ଭାବରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ।

ଦୀପିକା ଲୁଇ ଭ୍ୟୁଟନ୍ ଗ୍ରୀନ୍ ପୋଲ୍କା-ଡଟ୍ ଜମ୍ପସୁଟରେ ନଜର ଆସିଛନ୍ତି । ଏହି ଜମ୍ପସୁଟ୍ ଟି ଧଳା ପୋଲ୍କା-ଡଟ୍ ପ୍ରିଣ୍ଟ୍ ସହିତ ସଜାଯାଇଛି । ଜମ୍ପସୁଟ ସହ ଦୀପିକା ଅଣ୍ଟାରେ ଏକ ମ୍ୟାଚିଂ ବେଲ୍ଟ ବାନ୍ଧିଛନ୍ତି । ଆଉ ଧଳା ରଙ୍ଗର ହିଲରେ ସୁନ୍ଦର ଦିଶୁଛନ୍ତି ।
ଦୀପିକା ଫଟୋ ଗୁଡ଼ିକରେ ଭିନ୍ନ ଭିନ୍ନ ଷ୍ଟାଇଲରେ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଖୁବ କମ ସମୟ ମଧ୍ୟରେ ତାଙ୍କ ପୋଷ୍ଟରେ ଦୁଇ ଲକ୍ଷରୁ ଅଧିକ ଲାଇକ୍ ଆସିଥିବାବେଳେ ଲୋକମାନେ ଗୋଟିଏ ପରେ ଗୋଟିଏ କମେଣ୍ଟ ଦେଉଥିବାର ନଜର ଆସିଛି। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନରୁ ଦୀପିକାଙ୍କର ପ୍ରତିଟି ଲୁକ୍ ଜବରଦସ୍ତ ରହି ଆସିଛି । ଦୀପିକାଙ୍କ ଲୁକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିୂବା ସହ ସେ କାନ୍ସରେ ବିତାଉଥିବା ପ୍ରତିଟି ମୂହୂର୍ତ୍ତର ଫଟୋ ନିଜ ସୋଶଲ ମିଡିଆ ହ୍ୟାଣ୍ଡଲରେ ସେୟାର କରୁଛନ୍ତି ।












Click it and Unblock the Notifications