କପିଲ ଶର୍ମାଙ୍କୁ ଆତଙ୍କବାଦୀ ପନ୍ନୁର ଧମକ
କାନାଡାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି କାନାଡା ପୋଲିସ। ପ୍ରାରମ୍ଭିକ ତଦନ୍ତରେ ଖଲିସ୍ତାନୀ ସମର୍ଥକଙ୍କ ସମ୍ପୃକ୍ତି ସନ୍ଦେହ ସୃଷ୍ଟି ହୋଇଛି। ଏହି ସମୟରେ, ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ (SFJ)ର ପ୍ରତିଷ୍ଠାତା ଗୁରପତୱନ୍ତ ସିଂହ ପନ୍ନୁ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଛନ୍ତି।
ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, 'କାନାଡା ତୁମର ଖେଳ ପଡ଼ିଆ ନୁହେଁ। ତୁମର କଠିନ ପରିଶ୍ରମର ଟଙ୍କା ଭାରତକୁ ଫେରାଇ ନିଅ।' ସେ କପିଲ ଶର୍ମାଙ୍କୁ ହିନ୍ଦୁତ୍ୱ ଚିନ୍ତାଧାରା ପ୍ରସାର କରିବାର ଅଭିଯୋଗ କରିଥିଲେ। ପନ୍ନୁ କହିଛନ୍ତି ଯେ କାନାଡା ନିଜ ଦେଶରେ ଏପରି ଚିନ୍ତାଧାରା ବୃଦ୍ଧି ପାଇବାକୁଦେବ ନାହିଁ। ସେ ଏହା ମଧ୍ୟ ପଚାରିଥିଲେ ଯେ କପ୍ସ କାଫେ କମେଡିର ଏକ କେନ୍ଦ୍ର ନା ହିନ୍ଦୁତ୍ୱ ପ୍ରସାର କରିବାର ଷଡ଼ଯନ୍ତ୍ରର ଏକ ଅଂଶ?

ସୂଚନାଯୋଗ୍ୟ, କପିଲ ଶର୍ମା ଜୁଲାଇ ୪ରେ ବ୍ରିଟିଶ କଲମ୍ବିଆର ସରେ ସହରରେ ତାଙ୍କର କାଫେ ଖୋଲିଥିଲେ। ଜୁଲାଇ ୧୦ରାତିରେ ଅଜ୍ଞାତ ଲୋକମାନେ ଏହି କାଫେରେ ଗୁଳି ଚଳାଇଥିଲେ। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI) ସହିତ ଜଡିତ ହରଜିତ ସିଂହ ଲାଡି ଏବଂ ତୁଫାନ ସିଂହ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି।












Click it and Unblock the Notifications