ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଭୋଲା' ଦର୍ଶକଙ୍କୁ ଇମପ୍ରେସ କରିପାରିବ କି ! ଜାଣନ୍ତୁ କ'ଣ ରହିଛି ଖାସ୍

Ajay Devgn's Bholaa Box Office Collection:ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି ଅଜୟ ଦେବଗନଙ୍କ ଫିଲ୍ମ ଭୋଲା । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳୁଛି । ତେବେ ଏହା ଅଜୟ ଦେବଗନଙ୍କ ଚତୁର୍ଥ ଫିଲ୍ମ ଯାହାକୁ ଅଭିନେତା ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ଏଥର ମଧ୍ୟ ଅଭିନେତା ନିଜ ଫିଲ୍ମ ଜରିଆରେ ବକ୍ସ ଅଫିସର ରାଜ୍ କରାବା ପାଇଁ ଯାଉଛନ୍ତି ବୋଲି ଆଶା କରାଯାଉଛି । ଭୋଲା ରିଲିଜ୍ ପୂର୍ବରୁ, ଚାଲନ୍ତୁ ଅଜୟ ଦେବଗନଙ୍କ କିଛି ରେକର୍ଡ ବ୍ରେକ୍ କରିଥିବା ଫିଲ୍ମ ଉପରେ ନଜର ପକାଇବା ।
ଅଜୟ ଦେବଗନଙ୍କୁ ଶେଷ ଥର ପାଇଁ 'ଦୃଶ୍ୟମ ୨'ରେ ଦେଖିବାକୁ ମିଳିଥିଲା । ଯାହା ଏକ ରିମେକ୍ ଫିଲ୍ମ ଏବା ସତ୍ୱେ ବକ୍ସଅଫିସରେ ଏକ ବଡ଼ ସଫଳତା ହାସଲ କରିଥିଲା । ବର୍ତ୍ତମାନ ଅଜୟ ପୁଣି ଆକ୍ସନ୍-ଥ୍ରୀଲର କାହାଣୀ ସହିତ ପ୍ରଶଂସଙ୍କ ମନ ଜିଣିବା ପାଇଁ ଯାଉଛନ୍ତି ।
ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର 'ଭୋଲା' ହେଉଛି କାର୍ତ୍ତିଙ୍କ 'Kaithi'ର ହିନ୍ଦୀ ରିମେକ୍। ମୂଳ ଚଳଚ୍ଚିତ୍ରଟି ଲୋକେଶ କାନାଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଏହା ୨୦୧୯ରେ ମୁକ୍ତିଲାଭ କରିଥିଲା । ଏହି ସିନେମାର କାହାଣୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ଏବଂ ବକ୍ସଅଫିସରେ ବେଶ୍ ଭଲ ବ୍ୟବସାୟ ମଧ୍ୟ କରିଥିଲା ।
ଅଜୟ ଦେବଗନ୍ ପ୍ରାୟତଃ ଆକ୍ସନ ଫିଲ୍ମ ନିର୍ମାଣ କରିଥାନ୍ତି । ସେ 'ଶିବାୟ' ଏବଂ 'ରନୱେ ୩୪'ପରି ଭିନ୍ନ ଭିନ୍ନ ଫିଲ୍ମ ତିଆରି କରିଥିଲେ ହେଲେ ତାଙ୍କୁ ଏହି ଦୁଇଟି ଫିଲ୍ମ ଫ୍ଲପ୍ ହୋଇଥିଲା । କବି ପାଇଁ ଗଲେ ଅଜୟଙ୍କୁ ନିର୍ଦ୍ଦେଶକ ଭାବେ ସେତିକି ସଫଳତା ମିଳିପାରି ନାହିଁ । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା 'U Me Aur Hum ଥିଲା ଯାହା ୨୦୦୮ରେ ମୁକ୍ତିଲାଭ କରିଥିଲା ।
U Me Aur Hum - ୨୦ କୋଟି
ଶିବାୟ - ୧୦୦.୩୫ କୋଟି
ରନୱେ 34 - ୩୨ କୋଟି
ମାର୍ଚ୍ଚ ୩୦ରେ 'ଭୋଲା' ରିଲିଜ୍ ହେବା ପାଇଁ ଯାଉଛି । ଫିଲ୍ମର ଟ୍ରେଲ ଏବଂ ଟିଜରକୁ ଭଲ ରେସପନ୍ସ ମିଳିଛି । ବର୍ତ୍ତମାନ ଦେଖିବା ବାକି ରହିଲା ଫିଲ୍ମଟି ବକ୍ସଅଫିସରେ ନିଜର କେତେ ପ୍ରଭାବ ପକାଇ ପାରୁଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications