ରିଲିଜ୍ ହେଲା 'Breathe Into The Shadows Season 2', ପ୍ରଶଂସା ସାଉଁଟୁଛନ୍ତି ଅଭିଷେକ ବଚ୍ଚନ

ରିଲିଜ୍ ହେଲା 'Breathe Into The Shadows Season 2', ପ୍ରଶଂସା ସାଉଁଟୁଛନ୍ତି ଅଭିଷେକ ବଚ୍ଚନ

ମୁମ୍ବାଇ: 'Breathe Into The Shadows Season 2'ଆମାଜନ ପ୍ରାଇମ ଭିଡିଓରେ 9 ନଭେମ୍ବର 2022 ରେ ଅର୍ଥାତ୍ ଆଜି ରିଲିଜ୍ ହୋଇଯାଇଛି । କ୍ରାଇମ ଥ୍ରୀଲର ସିଜିନରେ ଅଭିଷେକ ବଚ୍ଚନଙ୍କୁ ଡକ୍ଟର ଅବିନାଶ ସାଭରୱାଲଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । ଏଥି ସହିତ ଅମିତ ସାଧ, ନବୀନ କସ୍ତୁରିଆ ଏବଂ ସେୟାମି ଖୈର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ମୟଙ୍କ ଶର୍ମାଙ୍କ ନିର୍ମିତ ଏହି ସିରିଜକୁ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଅନେତ ଦର୍ଶକ ଟ୍ରେଲରକୁ ପସନ୍ଦ କରୁଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ଜୁନିଅର ବଚ୍ଚନ ପୁଣି ଥରେ ଏକ ଦମଦାର୍ କ୍ୟାରକ୍ଟରରେ ନଜର ଆସୁଛନ୍ତି । ଏହି ସିଜିନରେ ଅନେକ ଟୁଇଷ୍ଟ୍ ରହିଛି । ତେବେ ଅଭିଷେତ ବଚ୍ଚନଙ୍କର ଅଭିନୟକୁ ବେଶ୍ ପ୍ରଶଂସା କରାଯାଉଛି ।

Breathe Into The Shadows Season 2

'Breathe Into The Shadows Season 2'ରେ ଅଭିଷେକ ଏ ବଚ୍ଚନ, ଅମିତ ସାଧ, ନିତ୍ୟା ମେନନ୍, ନବୀନ କସ୍ତୁରିଆ, ସାୟାମି ଖେର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଅବୁଦାନ୍ତିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଆଠଟି ଏପିସୋଡକୁ ମୟଙ୍କ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । Breathe Into The Shadowsର Season 2କୁ ନଭେମ୍ବର 9 ରେ ଭାରତ ସମେତ ବିଶ୍ୱର 240 ଦେଶରେ ପ୍ରାଇମ ଭିଡିଓରେ ରିଲିଜ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+