ଏହି ତାରିଖରେ ଡିଜନି ପ୍ଲସ୍ ହଟଷ୍ଟାର ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର
ଏହି ତାରିଖରେ ଡିଜନି ପ୍ଲସ୍ ହଟଷ୍ଟାର ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର
ମୁମ୍ବାଇ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ବ୍ରହ୍ମାସ୍ତ୍ରର OTT ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ 'ବ୍ରହ୍ମାସ୍ତ୍ର'ର OTT ରିଲିଜ୍ ବିଷୟରେ ଏକ ବଡ ଅପଡେଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରବିବାର ଦିନ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରର ଓଟିଟି ରିଲିଜ୍ ତାରିଖ ଘୋଷଣା କରାଯାଇଛି । ବ୍ରହ୍ମାସ୍ତ୍ରର ଅନଲାଇନ୍ ଷ୍ଟ୍ରିମିଂ ପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମ Disney Plus Hotstarରେ ହେବା ପାଇଁ ଯାଉଛି ।

ଏହି ଦିନ 'ବ୍ରହ୍ମାସ୍ତ୍ର' ଓଟିଟିରେ ମୁକ୍ତିଲାଭ କରିବ
23 ଅକ୍ଟୋବର ରବିବାର ଦିନ OTT ଆପ୍ ଡିଜନି ପ୍ଲସ୍ ହଟଷ୍ଟାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛି । ଏହି ପୋଷ୍ଟରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ଦେଖିବା ପାଇଁ ମିଳୁଛି । ଏହା ସହିତ ବ୍ରହ୍ମାସ୍ତ୍ରର OTT ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ଆସନ୍ତା ନଭେମ୍ବର 4 ରେ 'ବ୍ରହ୍ମାସ୍ତ୍ର' OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । କରଣ ଜୋହର ମଧ୍ୟ ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ସେୟାର କରି ସିନେପ୍ରେମୀଙ୍କୁ ଏହି ସୂଚନା ଦେଇଛନ୍ତି । ବ୍ରହ୍ମାସ୍ତ୍ରର ଓଟିଟି ରିଲିଜ୍ ଘୋଷଣା ପରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବେଶ୍ ବଢିଯାଇଛି ।
ରିଲିଜ୍ ପରେ ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରିଥିଲା 'ବ୍ରହ୍ମାସ୍ତ୍ର' । ପ୍ରଥମ ସପ୍ତାହରେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୨୨୫ କୋଟି ଟଙ୍କା ଆୟ କରିଥିଲା ।ସେହିପରି ବକ୍ସ ଅଫିସରେ ଏହି ଫିଲ୍ମ ୧୨୦ କୋଟିରୁ ଅଧିକ ଆୟ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାସ୍ତ୍ରର ମୋଟ ବକ୍ସ ଅଫିସ୍ ଆୟ ୨୬୦ରୁ ଅଧିକ । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୪୦୦ କୋଟିରୁ ଅଧିକ ରୋଜଗାର କରିଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications