ବ୍ରହ୍ମାସ୍ତ୍ରର ସଫଳତା: ଜାଣନ୍ତୁ ୭ ଦିନରେ କେତେ ଆୟ କରିଛି ଫିଲ୍ମ
ବ୍ରହ୍ମାସ୍ତ୍ରର ସଫଳତା: ଜାଣନ୍ତୁ ୭ ଦିନରେ କେତେ ଆୟ କରିଛି ଫିଲ୍ମ
Brahmastra: ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ 'ବ୍ରହ୍ମାସ୍ତ୍ର' ସିନେମା ଘରେ ଚହଳ ସୃଷ୍ଟି କରିଛି । ରିଲିଜ୍ ପର ଠାରୁ ହିଁ ଧୁଆଁଧାର ରୋଜଗାର କରିଚାଲିଛି ଏହି ଫିଲ୍ମ । ଦିନକୁ ଦିନ ଆୟ ବଢିବାରେ ଲାଗିଛି । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ଆୟ କରୁଛି ଚଳଚ୍ଚିତ୍ର । ଏହି ଫିଲ୍ମ ଏକ ଅଲଗା ଦୁନିଆର କାହଣୀ ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି । ଫିଲ୍ମରେ ରଣବୀର କପୁର ଶିବା ଭୂମିକାରେ ନଜର ଆସୁଛନ୍ତି । ତେବେ ଖାସ କଥା ହେଉଛି ଯେ ଏହି ଭୂମିକା ଅର୍ଥାତ୍ 'ଶିବା'ର ପିତାମାତାଙ୍କ ନାମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ।

'ବ୍ରହ୍ମାସ୍ତ୍ର'ର ସପ୍ତମ ଦିନର ଆୟ
ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଆଲିଆ-ରଣବୀରଙ୍କ କେମେଷ୍ଟ୍ରିକୁ ବେଶ୍ ପସନ୍ଦ କରଯାଉଛି । ଫିଲ୍ମଟି ଓପେନିଂ ଦିନରୁ ହିଁ ବକ୍ସ ଅଫିସରେ ଭଲ ଆୟ କରୁଛି । ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ସପ୍ତାହ ଶେଷ ସୁଦ୍ଧା ସିନେମାଟି ୨୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି । ଫିଲ୍ମର ସପ୍ତମ ଦିନର ଆୟ ସାମ୍ନାକୁ ଆସିଛି ଯାହା ଦେଖି ଲାଗୁଛି ଫିଲ୍ମଟି ଖୁବ୍ ଶିଘ୍ର ଭୁଲଭୁଲେୟା-୨ର ରେକର୍ଡକୁ ଭାଙ୍ଗିବା ପାଇଁ ଯାଉଛି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁସାରେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସପ୍ତମ ଦିନରେ ପ୍ରାୟ ୯.୨୫ କୋଟିର ବ୍ୟବସାୟ କରିଛି । ଯାହା ପରେ ଫିଲ୍ମର ମୋଟ୍ ଆୟ ୧୭୦ କୋଟି ହୋଇଛି ।

ସୁପରହିଟ୍ ଫିଲ୍ମ 'ବ୍ରହ୍ମାସ୍ତ୍ର' ୫ଟି ଭାଷାରେ ଯଥା ହିନ୍ଦୀ, ତାମିଲ୍, ତେଲୁଗୁ, କନ୍ନଡ ଏବଂ ମଲାୟାଲମ ଭାଷାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ ଓ ନାଗାର୍ଜୁନ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା । ତେବେ VFXକୁ ନେଇ ଚର୍ଚ୍ଚାରେ ରହିଛି ଫିଲ୍ମ 'ବ୍ରହ୍ମାସ୍ତ୍ର' । ତେବେ ଖୁବ ଶିଘ୍ର ଚଳଚ୍ଚିତ୍ରର ୨ୟ ପାର୍ଟ ମଧ୍ୟ ଆସିବା ପାଇଁ ଯାଉଛି । ଯେଉଁଥିରେ ଅଭିନେତ୍ରୀ ଦୀପିକା ପାଦୁକୋଣେଙ୍କୁ ଦେଖିବା ପାଇଁ ମିଳିବ ।












Click it and Unblock the Notifications