ଏହି ତାରିଖରେ ରିଲିଜ୍ ହେବ ବ୍ରହ୍ମାସ୍ତ୍ର ପାର୍ଟ ୨-୩, ଫିଲ୍ମ ନିର୍ମାତା ଅୟାନ ମୁଖାର୍ଜୀ ଦେଲେ ସୂଚନା
ମୁମ୍ବାଇ: ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ୨୦୨୨ର ବ୍ଲକବଷ୍ଟର ଚଳଚ୍ଚିତ୍ର । ଫିଲ୍ମର ପ୍ରଥମ ଭାଗର ସଫଳତା ପରେ ଫ୍ୟାନ୍ସ ଉତ୍ସାହର ସହ ଏହି ସିନେମାର ପାର୍ଟ-୨ କୁ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଦର୍ଶକଙ୍କ ପାଇଁ ରହିଛି ଏକ ଖୁସି ଖବର । ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀ ଶେଷରେ ବ୍ରହ୍ମାସ୍ତ୍ର-୨ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

ମଙ୍ଗଳବାର ସକାଳେ ଆୟାନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଚଳଚ୍ଚିତ୍ର ନିର୍ମାତା ଲେଖିଛନ୍ତି, ' ଫିଲ୍ମ ବ୍ରହ୍ମାସ୍ତ୍ର ଏବଂ ମୋ ଜୀବନର କିଛି ଅପଡେଟ୍ ବିଷୟରେ ଆପଣ ମାନଙ୍କ ସହ ସେୟାର କରିବାର ସମୟ ଆସିଯାଇଛି । "
ସେ ଆହୁରି ଲେଖିଛନ୍ତି, ପାର୍ଟ- ୧କୁ ମିଳିଥିବା ସମସ୍ତ ଭଲପାଇବା ଏବଂ ମତାମତକୁ ଦେଖିବା ପରେ, ମୁଁ ବ୍ରହ୍ମାସ୍ତ୍ର ପାର୍ଟ-୨ ଏବଂ ୩ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଏବଂ ତୃତୀୟ ଭାଗ ଅଧିକା ଖାସ ରହିବ । ଦର୍ଶକଙ୍କ ମନ ଜିଣିବା ପାଇଁ ସମସ୍ତ ଚେଷ୍ଟା କରାଯିବ । ହେଲେ ଏହି ଫିଲ୍ମର ସ୍କ୍ରିପ୍ଟ ସଂପୂର୍ଣ୍ଣ କରିବା ପାଇଁ ମୋତେ ଅଧିକ ସମୟ ଆବଶ୍ୟକ ରହିଛି । ତେବେ ଏଥର ମୁଁ ନିଷ୍ପତ୍ତି ନେଇଛି ଯେ, ଏକା ସହିତ ଦୁଇଟି ଫିଲ୍ମ ନିର୍ମାଣ କରାଯିବ ।
ତେବେ ଫିଲ୍ମ ମେକର ଅୟାନ୍ ମୁଖାର୍ଜି ଦେଇଥିବା ସୂଚନା ଅନୁସାରେ, 'ବ୍ରହ୍ମାସ୍ତ୍ର ପାର୍ଟ-୨ ଦେବ' ଡିସେମ୍ବର ଏବଂ ପାର୍ଟ ୩ ଡିସେମ୍ବର ୨୦୨୭ରେ ମୁକ୍ତିଲାଭ କରିବ ।
ରଣବୀର କପୁରଙ୍କୁ 'ବ୍ରହ୍ମାସ୍ତ୍ର' ଭାଗ ୨ରେ ଶିବା ଭୂମିକାରେ ଦେଖିବା ପାଇଁ ମିଳିବେ । ରଣଭୀର ସିଂଙ୍କୁ ଦେବ ରୂପେ କାଷ୍ଟ କରାଯିବ ବୋଲି ସୂଚନା ରହିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।












Click it and Unblock the Notifications