ନଭେମ୍ବର ୪ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର', ଭାଇରାଲ ହେଉଛି ରଣବୀରଙ୍କ ଏପରି ଭିଡିଓ
ନଭେମ୍ବର ୪ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର', ବିରକ୍ତ ହେଲେ ରଣବୀର କପୁର
ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଯୋଡି ପ୍ରଥମ ଥର ଅୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର ପାର୍ଟ ୱାନ୍'ରେ ଦେଖିବା ପାଇଁ ମିଳିଥିଲା । ଏହି ଯୋଡି ପ୍ରଥମ ଥର ବଡପରଦାରେ ସ୍କ୍ରିନ୍ ସେୟାର କରିବା ସହ ନିଜ ଅଭିନୟରେ ଦର୍ଶକଙ୍କୁ ଖୁସ୍ କରିଥିଲେ । ଏହି ଚଳଚ୍ଚିତ୍ରଟି ୯ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ଏବେ ପୁଣି ଥରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନଭେମ୍ବର ୪ରେ ରଣବୀର-ଆଲିଆ ଅଭିନୀତ 'ବ୍ରହ୍ମାସ୍ତ୍ର' OTT ପ୍ଲାଟଫର୍ମରେ ପ୍ରସାରିତ ହେବ । ବର୍ତ୍ତମାନ ଫିଲ୍ମ ସହ ଜଡିତ ରଣବୀର କପୁରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଚାଲନ୍ତୁ ଦେଖିବା ରଣବୀରଙ୍କ ଭାଇରାଲ୍ ଭିଡିଓ ।

ରଣବୀର କପୁରଙ୍କ ଭାଇରଲ ଭିଡିଓ
ଭିଡିଓ ସେୟାର କରିବା ସହ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ କ୍ୟାପସନରେ ଲେଖିଛନ୍ତି, 'କାଳେ ଆପଣ ଭୁଲି ଯିବେ...ଏହି ଚଳଚ୍ଚିତ୍ରଟି ନଭେମ୍ବର ୪ ରେ OTT ପ୍ଲାଟଫର୍ମ ଡିସ୍ନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହେବାପାଇଁ ଯାଉଛି । ଏହାର ପ୍ରମୋସନ ପାଇଁ ଓ ଆପଣଙ୍କୁ ଆଉ ଥର ମନେପକାଇ ଦେବା ପାଇଁ ଏହି ଭିଡିଓ ସେୟାର କରାଯାଇଛି । ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅୟାନ ମୁଖାର୍ଜୀ ଆକ୍ସନ କହିବା ପରେ ରଣବୀର ଫିଲ୍ମ ବିଷୟରେ କହିବା ଆରମ୍ଭ କରିଦେଉଛନ୍ତି । ସେ କହୁଛନ୍ତି ଯେ ଏହି ଫିଲ୍ମ ନଭେମ୍ବର ୪ ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ । ଏହା ପରେ ଆୟାନ୍ ତାଙ୍କୁ କହୁଛନ୍ତି ଯେ ସେ ବ୍ଲକବଷ୍ଟର କହିବା ଭୁଲିଗଲେ, ତା'ପରେ ରଣବୀର ବ୍ଲକ ବଷ୍ଟର ଯୋଡି ପୁଣି ଥରେ ସମାନ କଥାକୁ ପୁନରାବୃତ୍ତି କରୁଛନ୍ତି ।
ରଣବୀର କପୁରଙ୍କ ଏହି ଭିଡିଓ ପତ୍ନୀ ଆଲିଆ ଭଟ୍ଟ ମଧ୍ୟ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି ବକ୍ସଅଫିସରେ ୨୫୦ କୋଟି ରୋଜଗାର କରିସାରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି OTT ରେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications