ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ଅୟାନଙ୍କ ଉପରେ ରାଗିଲେ ରଣବୀର! ଭିଡିଓ ହେଲା ଭାଇରାଲ
ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ଅୟାନଙ୍କ ଉପରେ ରାଗିଲେ ରଣବୀର! ଭିଡିଓ ହେଲା ଭାଇରାଲ
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର, ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ବହୁତ ଭଲ ବନ୍ଧୁ। ଅନେକ ସମୟରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳେ । ବି ଟାଉନର ଅନେକ ପାର୍ଟିରେ ଏକାଠି ମସ୍ତି ମଧ୍ୟ କରିଥାନ୍ତି । ହେଲେ ଫିଲ୍ମ 'ବ୍ରହ୍ମାସ୍ତ୍ର' ପାଇଁ ଏବେ ରଣବୀର କପୁର ଅୟାନ ମୁଖାର୍ଜୀଙ୍କ ଉପରେ ଖୁବ ରାଗିଛନ୍ତି । ଯାହର ଭିଡିଓ ପତ୍ନୀ ଆଲିଆ ଭଟ୍ଟ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯେଉଁଥିରେ ରଣବୀର ଫୋନରେ କାହାକୁ କହୁଛନ୍ତି ଯେ 'ଆଇ ଆମ ଡନ୍ ୱିଥ୍ ଅୟାନ ମୁଖାର୍ଜୀ' ।

ଆଲିଆ ସେୟାର କରିଥିବା ଭିଡିଓରେ ରଣବୀର ଅୟାନ ମୁଖାର୍ଜୀଙ୍କ ଉପରେ ଅତ୍ୟଧିକ ବିରକ୍ତ ହେଉଥିବା ଦେଖାଯାଉନ୍ତି । ସେ ଫୋନରେ କହୁଛନ୍ତି ଯେ 'ନାହି ଭାଇ, ହୋ ଗୟା ... ମୁଁ ବ୍ରହ୍ମାସ୍ତ୍ର ପ୍ରମୋସନ କରି ସାରିଛି... । ଡିସ୍ନି ପ୍ଲସ୍ ହଟଷ୍ଟାରରେ ବ୍ରହ୍ମାସ୍ତ୍ର ଆସୁଛି, ତେବେ ପ୍ରମୋସନ କ'ଣ ଆବଶ୍ୟକ? 'ଆଇ ଆମ ଡନ୍ ୱିଥ୍ ଅୟାନ ମୁଖାର୍ଜୀ'...ବହୁତ ହେଇଗଲା.. ଆଲିଆ ଫିଲ୍ମରେ ଏତେ ଥର ଶିବା-ଶିବା କହି ନଥିବେ ଯେତେଥର ମୁଁ ଫିିଲ୍ମର ପ୍ରମୋସନ କରିସାରିଲିଣି । ଅୟାନ୍କୁ ଲାଗୁଛି ମୋ ଜୀବନରେ ବ୍ରହ୍ମାସ୍ତ୍ରର ପ୍ରମୋସନ ବିନା ଆଉ କିଛି ନାହିଁ । ମୁଁ ବାପା ହେବାକୁ ଯାଉଛି, ମୋ ଜୀବନର ଏତେ ବଡ ମୁହୂର୍ତ୍ତ...। ଏହା ପରେ ରଣବୀରଙ୍କୁ ଅୟାନଙ୍କ କଲ ଆସୁଛି ଯେଉଁଠି ସେ କହୁଛନ୍ତି ଯେ ହଁ ଆମକୁ ପ୍ରମୋସନ କରିବା ପାଇଁ ପଡିବ...ସମସ୍ତଙ୍କୁ ବ୍ରହ୍ମାସ୍ତ୍ର ଦେଖିବା ପାଇଁ ପଡିବ ।
ତେବେ ୯ ସେପ୍ଟେମ୍ବରରେ ରିଲିଜ୍ ହୋଇଥିଲା ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଥିଲା । ଫିଲ୍ମରେ ମୁଖ୍ୟ ଭୂୂମିକାରେ ନଜର ଆସିଥିଲେ ରଣବୀର କପୁର, ଆଲିଆ ଭଟ୍ଟ, ଶାହରୁଖ ଖାନ, ମୌନି ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ । ତେବେ 'ବ୍ରହ୍ମାସ୍ତ୍ର'ର OTT ରିଲିଜ୍ ବିଷୟରେ ଏକ ବଡ ଅପଡେଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରବିବାର ଦିନ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରର ଓଟିଟି ରିଲିଜ୍ ତାରିଖ ଘୋଷଣା କରିଥିଲେ । ବ୍ରହ୍ମାସ୍ତ୍ରର ଅନଲାଇନ୍ ଷ୍ଟ୍ରିମିଂ ପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମ Disney Plus Hotstarରେ ନଭେମ୍ବର ୪ ତାରିଖରେ ହେବା ପାଇଁ ଯାଉଛି ।












Click it and Unblock the Notifications