ଖୁବ ଶୀଘ୍ର ଏହି OTT' ପ୍ଲାଟଫର୍ମରେରେ ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର'
Brahmastra Ott Release:ଖୁବ ଶୀଘ୍ର OTT'ରେ ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର'
ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ଧମାଲ କରିବା ସହ ସୁପରହିଟ୍ ମଧ୍ୟ ପ୍ରମାଣିତ ହୋଇଛି । ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ 'କାଶ୍ମୀର ଫାଇଲ' ପରେ 'ବ୍ରହ୍ମାସ୍ତ୍ର' ଚଳିତ ବର୍ଷ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ଆୟ କରିଛି । ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିବା ବ୍ରହ୍ମାସ୍ତ୍ରର OTT ରିଲିଜକୁ ସମସ୍ତେ ଅପେକ୍ଷା କରିଛନ୍ତି । ରିପୋର୍ଟ ଅନୁସାରେ ଦୀପାବଳି ଅବସରରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର OTTରେ ରିଲିଜ ହୋଇପାରିବ ।

OTTରେ 'ବ୍ରହ୍ମାସ୍ତ୍ର' କେବେ ମୁକ୍ତିଲାଭ କରିବ
'ବ୍ରହ୍ମାସ୍ତ୍ର' ପ୍ରେକ୍ଷାଳୟରେ ରିଲିଜ୍ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ରିଲିଜ୍ ହେବା ପୂର୍ବରୁ ଏହି ବିଗ୍ ବଜେଟ୍ ଫିଲ୍ମକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା ହେଲେ ସେପ୍ଟେମ୍ବର ୯ ରେ ପ୍ରେକ୍ଷାଳୟକୁ ଆସିବା ପରେ ବ୍ରହ୍ମାସ୍ତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ 'ବ୍ରହ୍ମାସ୍ତ୍ରର' OTT ରିଲିଜ୍ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଛି । କେଉଁ ଦିନ ଓ କେଉଁ OTT ପ୍ଲାଟଫର୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ 'ବ୍ରହ୍ମାସ୍ତ୍ର' ମୁକ୍ତିଲାଭ କରିବ ତାହା ଜାଣିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଖବର ଅନୁଯାୟୀ, ଦୀପାବଳିର ଗୋଟିଏ ଦିନ ପୂର୍ବରୁ ୨୩ ଅକ୍ଟୋବରରେ ପ୍ରସିଦ୍ଧ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ 'ବ୍ରହ୍ମାସ୍ତ୍ର' ମୁକ୍ତଲାଭ କରିପାରେ । ତେବେ ଏପର୍ଯ୍ୟନ୍ତ ଏ ବିଷୟରେ ମେକର୍ସଙ୍କ ତରଫରୁ କୌଣସି ଘୋଷଣା କରାଯାଇ ନାହିଁ । ଅନ୍ୟପଟେ ସିନେମା ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ 'ବ୍ରହ୍ମାସ୍ତ୍ର'ର ଅନଲାଇନ୍ ଷ୍ଟ୍ରିମିଂ ଡିସ୍ନି ପ୍ଲସ୍ ହଟଷ୍ଟାରରେ ୨୩ ନୁହେଁ ବରଂ ନଭେମ୍ବର ୪ ରିଲିଜ୍ କରାଯିବ ।
ବକ୍ସ ଅଫିସରେ 'ବ୍ରହ୍ମାସ୍ତ୍ର'ର ଆୟ
'ବ୍ରହ୍ମାସ୍ତ୍ର' ରିଲିଜ୍ ପରେ ବକ୍ସ ଅଫିସରେ ରେକର୍ଡ ବ୍ରେକ୍ ଆୟ କରିଥିଲା । ପ୍ରଥମ ସପ୍ତାହରେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୨୨୫ କୋଟି ଟଙ୍କା ଆୟ କରିଥିଲା । ସେହିପରି ବକ୍ସ ଅଫିସରେ ଏହି ଫିଲ୍ମ ୧୨୦ କୋଟିରୁ ଅଧିକ ଆୟ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାସ୍ତ୍ରର ମୋଟ ବକ୍ସ ଅଫିସ୍ ଆୟ ୨୬୦ ରୁ ଅଧିକ । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୪୦୦ କୋଟିରୁ ଅଧିକ ରୋଜଗାର କରିଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications