ରିଲିଜ ହେଲା ବହୁ ପ୍ରତିକ୍ଷୀତ ବଲିଉଡ ସିନେମା ‘ବ୍ରହ୍ମାସ୍ତ୍ର’: ଜାଣନ୍ତୁ, କେତେ ହେଲା ପ୍ରଥମ ଦିନର ଆୟ ?
ରିଲିଜ ହେଲା ବହୁ ପ୍ରତିକ୍ଷୀତ ବଲିଉଡ ସିନେମା ‘ବ୍ରହ୍ମାସ୍ତ୍ର’ । ଚଳଚ୍ଚିତ୍ର ନିର୍ମାତା ଆୟାନ୍ ମୁଖାର୍ଜୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ 'ବ୍ରହ୍ମାସ୍ତ୍ର' ଦର୍ଶକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି ।
Brahmastra Business Trend: ରିଲିଜ ହେଲା ବହୁ ପ୍ରତିକ୍ଷୀତ ବଲିଉଡ ସିନେମା 'ବ୍ରହ୍ମାସ୍ତ୍ର' । ଚଳଚ୍ଚିତ୍ର ନିର୍ମାତା ଆୟାନ୍ ମୁଖାର୍ଜୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ 'ବ୍ରହ୍ମାସ୍ତ୍ର' ଦର୍ଶକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଖୁବ୍ ଆୟ କରିଛି । ଚଳଚ୍ଚିତ୍ରର ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ଏହି ବର୍ଷ ପାଇଁ ରେକର୍ଡ ସୃଷ୍ଟି କରିଛି । ଦ୍ୱିତୀୟ ଦିନରେ ମଧ୍ୟ ଆଡଭାନ୍ସ ବୁକିଂ ରହିଛି ।

ବିଭିନ୍ନ ବଲିଉଡ ୱେବସାଇଟ୍ ଏବଂ ଟ୍ୱିଟରରୁ ମିଳିଥିବା ସୂଚନା ଅନୁଯାୟୀ ଦ୍ୱିତୀୟ ଦିନ ପାଇଁ 3 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ବ୍ରହ୍ମାସ୍ତ୍ର ପାଇଁ ପ୍ରଥମ ଦିନର ସଂଗ୍ରହ 20 ରୁ 25 କୋଟି ଏବଂ ଦ୍ୱିତୀୟ ଦିନର ସଂଗ୍ରହ 15 ରୁ 18 କୋଟି ହୋଇପାରେ । ଯଦି ଏହା ଘଟେ, ତେବେ ଏହା 2022 ରେ ହିନ୍ଦୀ ସିନେମା ପାଇଁ ଏକ ରେକର୍ଡ ହେବ ।
ସମାଲୋଚକମାନେ ଏହି ଚଳଚ୍ଚିତ୍ର ପାଇଁ ମିଶ୍ରିତ ସମୀକ୍ଷା ଦେଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ବାଣିଜ୍ୟ ବିଶ୍ଳେଷକମାନେ ଏହି ଫିଲ୍ମରୁ ବଡ଼ ବ୍ୟବସାୟ ଆଶା କରୁଛନ୍ତି । ବିଶ୍ୱାସ କରାଯାଉଛି ଯେ, ଏହା 2022 ବର୍ଷର ସର୍ବୋଚ୍ଚ ଓପନିଂ ସିନେମା ହେବ । ପ୍ରଥମ ସପ୍ତାହ ଶେଷରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରେ । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଆୟର କିଛି ନୂଆ ରେକର୍ଡ ସୃଷ୍ଟି କରିପାରେ । କାରଣ 2022 ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ 80 ପ୍ରତିଶତ ବଲିଉଡ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଛି ।
ସୂଚନାଥାଉ କି, ଡିସ୍ନି ଏହି ଚଳଚ୍ଚିତ୍ରକୁ ଦେଶବ୍ୟାପୀ 5000 ରୁ ଅଧିକ ପରଦାରେ ଏବଂ 3000 ପରଦାରେ ବିଦେଶରେ ମୁକ୍ତିଲାଭ କରାଇଛି । ଏହା ବିଭିନ୍ନ ଭାଷାରେ 8000 ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି । ଥିଏଟର PVR ଏବଂ INOX ପୂର୍ବରୁ ପ୍ରକାଶ କରିଛି ଯେ ସେମାନଙ୍କ ପାଖରେ ରେକର୍ଡ ସଂଖ୍ୟକ ଆଡଭାନ୍ସ ବୁକିଂ ଆସୁଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications