Get Updates
Get notified of breaking news, exclusive insights, and must-see stories!

ରଣବୀର-ଆଲିଆଙ୍କ ପ୍ରତିକ୍ଷୀତ ଫିଲ୍ମ 'ବ୍ରହ୍ମାସ୍ତ୍ର' , ୧୦୦ କୋଟି କ୍ଲବରେ ହୋଇପାରେ ସାମିଲ !

ରଣବୀର କପୁର-ଆଲିଆ ଭଟ୍ଟ ଫିଲ୍ମ 'ବ୍ରହ୍ମାସ୍ତ୍ର' । ୨୦୨୨ ଆରମ୍ଭରୁ ହିଁ ଏହି ଫିଲ୍ମକୁ ନେଇ କ୍ରେଜ୍ ଦେଖିବା ପାଇଁ ମିଳିଥିଲା ,ସିନେମାର ଆଡଭାନ୍ସ ବୁକିଂ ରେକର୍ଡ ସୃଷ୍ଟି କରିଥିଲା

ମୁମ୍ବାଇ: ରଣବୀର କପୁର-ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' । ୨୦୨୨ ଆରମ୍ଭରୁ ହିଁ ଏହି ଫିଲ୍ମକୁ ନେଇ କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ହେଲେ ରିଲିଜ୍ ପୂର୍ବରୁ ଅର୍ଥାତ୍ ଏକ ମାସ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ସୋସିଆଲ ମିଡିଆରେ ବୟକଟ୍ ପ୍ରାୟ ପ୍ରତ୍ୟକ ଦିନ ଶିର୍ଷରେ ଟ୍ରେଣ୍ତ୍ କରୁଥିଲା । ବିବାଦକୁ ନଜରରେ ରଖି ଲାଗୁଥିଲା ଫିଲ୍ମଟି ଏତେ ଭଲ ଆୟ କରିବ ନାହିଁ ।

 Brahmastra

ହେଲେ ସିନେମାର ଆଡଭାନ୍ସ ବୁକିଂ ରେକର୍ଡ ସୃଷ୍ଟି କରିଥିଲା । ଯାହାପରେ ଫିଲ୍ମକୁ ନେଇ ନୂଆ ଆଶା ସୃଷ୍ଟି ହୋଇଥିଲା । ରଣବୀର-ଆଲିଆଙ୍କ ଫିଲ୍ମର ପ୍ରଥମ ଦିନର ଆୟ ଫିଲ୍ମ ବିଜନେସ ଏକ୍ସପର୍ଟ ଓ ଦର୍ଶକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ଏହା ୨୦୨୨ର ସର୍ବୋଚ୍ଚ ଉପନିଂ ସିନେମା ହେବା ପାଇଁ ଯାଉଛି ।

ତେବେ ରିପୋର୍ଟ ଅନୁସାରେ ପ୍ରଥମ ଦିନରେ ଏହି ଫିଲ୍ମଟି ୩୬ କୋଟିରୁ ଅଧିକ ଆୟ କରିଛି । ଏହା ସହ ଏହି ଚଳଚ୍ଚିତ୍ର ରଣବୀର ଓ ଆଲିଆଙ୍କ କ୍ୟାରିୟରର ସବୁଠୁ ଅଧିକ ଓପନିଂ ଫିଲ୍ମ ଲିଷ୍ଟରେ ସାମିଲ ହୋଇଛି । ୱେଲ୍ ଏବେ ଫିଲ୍ମର ଆୟ ଜନତା ନିଜ ହାତକୁ ନେଇ ସାରିଛି ଅର୍ଥାତ୍ ରିଲିଜର ଦ୍ୱିତୀୟ ଦିନ ମଧ୍ୟ ଏହି ଫିଲ୍ମ ନିଜ କମାଲ ଦେଖାଇବା ପାଇଁ ପ୍ରସ୍ତୁତ ଅଛି । ଆଡଭାନ୍ସ ବୁକିଂ ଏହା ସଙ୍କେତ ଦେଉଛି ଯେ ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଫିଲ୍ମଟି ଅଧିକ ଆୟ କରିବା ପାଇଁ ଯାଉଛି ।

ALIA

ଫିଲ୍ମ ପ୍ରତି ଲୋକଙ୍କ ଭଲ ପାଇବାକୁ ନଜରରେ ରଖି ଏବେ ଶୋ'ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଶନିବାର ଅର୍ଥାତ୍ ଆଜି ୧୪.୧୦୦ରୁ ଅଧିକ ଶୋ' ଚାଲିବା ପାଇଁ ଯାଉଛି ଏହାର ଏକ ଛୋଟ ଉଦାହରଣ ଦିଲ୍ଲୀରେ ଦେଖି ପାଇଁ ମିଳିଛି । ଫିଲ୍ମକୁ ଦେଖିବା ପାଇଁ ଶନିବାର ଅଧିକ ଟିକଟ୍ ବିକ୍ରି ହୋଇଥିଲା । ଯେଉଁଥି ପାଇଁ ଏହି ହଲରେ ମର୍ନିଂ ଶୋ' ଆରମ୍ଭ କରାଯାଇଥିଲା ଅର୍ଥାତ୍ ଦିଲ୍ଲୀରେ ସକାଳ ୬ରୁ 'ବ୍ରହ୍ମାସ୍ତ୍ର'ଶୋ ଆରମ୍ଭ ହୋଇଯାଇଛି ।

brahmastra,

ଫିଲ୍ମର ଆଡଭାନ୍ସ ବୁକିଂ
ଶୁକ୍ରବାର 'ବ୍ରହ୍ମାସ୍ତ୍ର'ର ଅନଲାଇନ୍ ଆଡଭାନ୍ସ ବୁକିଂର ଆୟ ୧୭.୭୧ କୋଟି । ତେବେ ଆଶା କରାଯାଉଛି ଆଜି ଅନଲାଇନ୍ ଓ ଅଫଲାଇନକୁ ମିଶାଇ ଫିଲ୍ମଟି ମୋଟ୍ ୪୨-୪୫ କୋଟି ମଧ୍ୟରେ ଆୟ କରିପାରେ । ଯଦି ଏପରି ହୁଏ ତେବେ ଫିଲ୍ମଟି ବେଶ ଆରାମରେ ୧୦୦କୋଟି ଆୟ କରିପାରିବ । ସେହିପରି ରବିବାର ପାଇଁ ମଧ୍ୟ 'ବ୍ରହ୍ମାସ୍ତ୍ର' ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଛି । ୧୩ କୋଟିରୁ ଅଧିକ ବୁକିଂ ଶେଷ ହେଲାଣି । ତେବେ ଡିସ୍ନି ଏହି ଚଳଚ୍ଚିତ୍ରକୁ ଦେଶବ୍ୟାପୀ ୫୦୦୦ ରୁ ଅଧିକ ପରଦାରେ ଏବଂ ୩୦୦୦ ପରଦାରେ ବିଦେଶରେ ମୁକ୍ତିଲାଭ କରାଇଛି । ଏହା ବିଭିନ୍ନ ଭାଷାରେ ୮୦୦୦ ରୁ ଅଧିକ ପରଦାରେ ରିଲିଜ୍ ହୋଇଛି । ଫିଲ୍ମରେ ରଣବୀରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆର କିଛି ୟୁଜର୍ସ ଏହି ଫିଲ୍ମକୁ ୪ ରେଟିଂ ଦେଉଥିବା ବେଳେ କିଛି ୩ ମଧ୍ୟ ଦେଉଛନ୍ତି । ସେପଟେ ଫିଲ୍ମର ମେକର୍ସ ଓ ଡାଇରେକ୍ଟର ଫିଲ୍ମର କଲେକ୍ସନର ଟ୍ରେଣ୍ତକୁ ଦେଖି ବେଶ ଖୁସ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+