୮ଟି ଫିଲ୍ମର ରେକର୍ଡ ଭାଙ୍ଗିଲା 'ବ୍ରହ୍ମାସ୍ତ୍ର', ଦ୍ୱିତୀୟ ଦିନରେ କଲା ଏତିକି ଆୟ

ରଣବୀର-ଆଲିଆଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' । ସିନେମା ହଲରେ ଧମାଲ କରୁଛି । ଏହି ସିନେମାଟି ପ୍ରଥମ ଦିନରେ ହିଁ କେବଳ ଭାରତରେ ୩୬ କୋଟି ଆୟ କରିଥିଲା । ଯାହା ପରେ ମୋଟ୍ କଲେକସନ୍ ୭୫ କୋଟିରେ ପହଁଚିଛି ।

ମୁମ୍ବାଇ: ରଣବୀର-ଆଲିଆଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' । ସିନେମା ହଲରେ ଧମାଲ କରୁଛି । ଏହି ସିନେମାଟି ପ୍ରଥମ ଦିନରେ କେବଳ ଭାରତରେ ୩୬ କୋଟି ଆୟ କରିଥିଲା । ଯାହା ପରେ ମୋଟ୍ କଲେକସନ୍ ୭୫ କୋଟିରେ ପହଁଚିଛି ।

Brahmastra
ସେପଟେ ବିଦେଶରେ ବି କମାଲ୍ ଦେଖାଉଛି 'ବ୍ରହ୍ମାସ୍ତ୍ର' । କେବଳ ଭାରତରେ ନୁହେଁ ବିଦେଶରେ ବି ଭଲ ଆୟ କରୁଛି ଫିଲ୍ମ । ତେବେ ସର୍ବଶେଷ ଆକଳନ ଅନୁସାରେ ଫିଲ୍ମଟି ଆମେରିକା ଓ କାନାଡାରେ ଦୁଇ ଲକ୍ଷ ଡଲାର ସଂଗ୍ରହ କରିଛି । ସେହିପରି ମିଡିଲ୍‌ ଇଷ୍ଟରେ ୬.୨୫ ମିଲିୟନ ଡଲାର ଓ ଅଷ୍ଟ୍ରେଲିଆରେ ଫିଲ୍ମଟି ୧୦ ହଜାର ଡଲାର ବ୍ୟବସାୟ କରିଛି । ସେପଟେ ବ୍ରିଟେନରେ ୯୦ ହଜାର ଡଲାର, ୟୁରୋପରେ ୧ ଲକ୍ଷ ୫୦ହଜାର ଡଲାର ଏବଂ ଅନ୍ୟାନ୍ୟ ସ୍ଥାନରେ ୨ ଲକ୍ଷ ୫୦ ହଜାର ଡଲାର ଆୟ କରିଛି ଏହି ସୁପରହିଟ୍ ଫିଲ୍ମ ।
alia,bramhastra

ଫିଲ୍ମ ବ୍ରହ୍ମାସ୍ତ୍ର ଚଳିତ ବର୍ଷର ଦ୍ୱିତୀୟ ବୃହତ୍ତମ ଓପନର୍ ଫିଲ୍ମ ଲିଷ୍ଟରେ ସାମିଲ ହୋଇଛି । ଆକଳନ କରାଯାଉଛି ଖୁବ ଶିଘ୍ର ଫିଲ୍ମଟି ୧୦୦ କୋଟି ଅତିକ୍ରମ କରିବା ପାଇଁ ଯାଉଛି । ଏହି ସିନେମାରେ ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ପ୍ରମୁଖ ନଜର ଆସୁଛନ୍ତି । ଫିଲ୍ମରେ ସମସ୍ତ କଳାକାରଙ୍କ ଅଭିନୟକୁ ପସନ୍ଦ କରାଯାଉଛି । ଅନେକ ଫ୍ୟାନ୍ସ ଏହି ଫିଲ୍ମକୁ ୱାନ୍ ଟାଇମ୍ ୱାଚ୍ ଫିଲ୍ମ ବୋଲି କହୁଛନ୍ତି । ଫିଲ୍ମର VFXକୁ ଖୁବ ପସନ୍ଦ କରାଯାଉଛି । ଖାସ କଥା ହେଉଛି ଏହି ଫିଲ୍ମରେ ମୋଟ୍ ୪.୫୦୦ଟି VFX ଶଟ୍ ରହିଛି । ସେହିପରି କରୋନା ପରେ ରିଲିଜ୍ ହୋଇଥିବା ୮ଟି ଫିଲ୍ମର ପ୍ରଥମ ଦିନର ଆୟର ରେକର୍ଡ ଭାଙ୍ଗିଛି ବ୍ରହ୍ମାସ୍ତ୍ର । ସୂର୍ଯ୍ୟବଂଶୀ, ସମ୍ରାଟ ପୃଥୀରାଜ, ଗଙ୍ଗୁବାଇ କାଠିଆବାଡି, ଦ କାଶ୍ମୀର ଫାଇଲ, ସମଶେରା, ଭୁଲ ଭୂଲେୟା, ଲାଲ୍ ସିଂ ଚଢା, ରକ୍ଷା ବନ୍ଧନ ପରି ଫିଲ୍ମ କରୋନା ପରେ ରିଲିଜ୍ ହୋଇଥିଲା । ଯେଉଁ ଫିଲ୍ମ ଗୁଡିକର ପ୍ରଥମ ଦିନର ଆୟ ତୁଳନାରେ 'ବ୍ରହ୍ମାସ୍ତ୍ର' ଆୟ ଅଧିକ ରହିଛି ।

'ବ୍ରହ୍ମାସ୍ତ୍ର'ର ଦ୍ୱିତୀୟ ଦିନର ଆୟ
ରଣବୀର-ଆଲିଆଙ୍କ ବ୍ରହ୍ମାସ୍ତ୍ର ପ୍ରଥମ ଦିନରେ ୩୭ କୋଟି ବ୍ୟବସାୟ କରିଛି । ବର୍ତ୍ତମାନ ଦ୍ୱିତୀୟ ଦିନର ଆୟ ବହୁତ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ ବ୍ରହ୍ମାସ୍ତ୍ର ଦ୍ୱିତୀୟ ଦିନରେ ପ୍ରାୟ ୪୨ କୋଟି ବ୍ୟବସାୟ କରିଛି । ଯେଉଁଥିରେ ୩୭ କୋଟି ହିନ୍ଦୀ ଭାଷାରୁ ଏବଂ ୫ କୋଟି ଅନ୍ୟ ଭାଷାରୁ ଆୟ କରିଛି । ଯାହା ପରେ ଫିଲ୍ମର ମୋଟ୍ କଲେକସନ ପ୍ରାୟ ୭୯ କୋଟି ଛୁଇଁବ ।

ପ୍ରଥମ ଦିନରେ ୭୫ କୋଟିର ବ୍ୟବସାୟ କରିଥିଲା

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ବହୁତ ପସନ୍ଦ କରାଯାଉଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ସାରା ବିଶ୍ୱରେ ୭୫ କୋଟି ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରକୁ ନେଇ ମିଶ୍ରିତ ସମୀକ୍ଷା ଦେଖିବା ପାଇଁ ମିଳୁଛି । କିଛି ଲୋକ ଫିଲ୍ମକୁ ବହୁତ ଭଲ କହୁଛନ୍ତି ତ କେହି କେହି ଏହାକୁ ଖୁବ୍ ଖରାପ ଫିଲ୍ମ ବୋଲି କହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+