ଆରମ୍ଭ ହେଲା 'ବ୍ରହ୍ମାସ୍ତ୍ର'ର ଆଡଭାନ୍ସ ବୁକିଂ, ପ୍ରଥମ ଦିନରେ ହୋଇପାରେ ବମ୍ପର ଓପନିଂ

ରିଲିଜ୍ ପୂର୍ବରୁ ଟ୍ରେଣ୍ତ କରୁଛି ଫିଲ୍ମ 'ବ୍ରହ୍ମାସ୍ତ୍ର' ,ଆରମ୍ଭ ହେଲା 'ବ୍ରହ୍ମାସ୍ତ୍ର'ର ଆଡଭାନ୍ସ ବୁକିଂ, ପ୍ରଥମ ଦିନରେ ହୋଇପାରେ ବମ୍ପର ଓପନିଂ ,

Brahmastra Box office collection day 1 prediction: ରଣବୀର-କପୁର ଆଲିଆ ଭଟ୍ଟଙ୍କ ଫିଲ୍ମକୁ 'ବ୍ରହ୍ମାସ୍ତ୍ର'କୁ ନେଇ ବିବଦା ମଧ୍ୟ ଦେଖିବା ପାଇଁ ମିଳୁଛି । କେବେ ବୟକଟ୍ ଟ୍ରେଣ୍ତ କରୁଛି ତ କେବେ ରଣବୀରଙ୍କ କପୁରଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡୁଛି । ହେଲେ ଏହାର ସତେଟା ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ଉପରେ ପଡ଼ି ନାହିଁ ।

ranveer kapoor.

ପ୍ରଥମ ଦିନ ଫିଲ୍ମକୁ ମିଳିପାରେ ବଡ଼ ସଫଳତା
ଚଳିତ ବର୍ଷର ବହୁ ଚର୍ଚ୍ଚିତ ଫିଲ୍ମ ବ୍ରହ୍ମାସ୍ତ୍ର । ରଣବୀର-ଆଲିଆଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଫିଲ୍ମଟି ଏବେ ଟ୍ରେଣ୍ତରେ ରହିଛି । ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍ ମଧ୍ୟ ଦେଖିବା ପାଇଁ ମିଳୁଛି । ଚଳଚ୍ଚିତ୍ରଟି ସିନେମା ହଲରେ 9-9-2022ରେ ରିଲିଜ୍ ହେବା ପାଇଁ ଯାଉଛି । ଯେଉଁଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରି-ବୁକିଂ । ତେବେ 'ବ୍ରହ୍ମାସ୍ତ୍ର'ପ୍ରି ବୁକିଂ ନଜର ରଖି ଆକଳନ କରାଯାଉଛି ଯେ ପ୍ରଥମ ଦିନରେ ହିଁ ଏହା ୨୨ରୁ ୨୫ କୋଟି ଆୟ କରି ଏକ ଗ୍ରାଣ୍ତ ଓପନର୍ ହେବ ।

'ବ୍ରହ୍ମାସ୍ତ୍ର'ନିର୍ମାତାଙ୍କ ପାଇଁ ଖୁସି ଖବର

'ବ୍ରହ୍ମାସ୍ତ୍ର'ର ବେଆଇନ୍ ଷ୍ଟ୍ରିମିଂ ଉପରେ ଲାଗିଲା ରୋକ୍ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ୧୮ଟି ୱେବସାଇଟରେ ଫିଲ୍ମ ଷ୍ଟ୍ରିମିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବେଆଇନ୍ ଭାବେ ଚଳଚ୍ଚିତ୍ର ଅପଲୋଡ୍ କରିବା ,ହୋଷ୍ଟିଂ ,ଷ୍ଟ୍ରିମିଂ ପୁନଃ ପ୍ରସାରଣ କରିବା ଉପରେ ମଧ୍ୟ ରୋକ୍ ଲାଗାଯାଇଛି । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ୧୮ଟି ୱେବସାଇଟ୍ ବ୍ଲକ୍ କରିବା ଲାଗି ନୋଟିସ୍ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ବ୍ରହ୍ମାସ୍ତ୍ର ଟିମ୍ ପାଇଁ ଏକ ଆସ୍ୱସ୍ଥିକର ଖବର ।

bramhastra.bollywood

'ବ୍ରହ୍ମାସ୍ତ୍ର'ସେଟରେ ଆରମ୍ଭ ହୋଇଥିଲା ଆଲିଆ ରଣବୀରଙ୍କ ପ୍ରେମ
ଏହି ଫିଲ୍ମ ରଣବୀର ଆଲିଆଙ୍କ ପାଇଁ ଖୁବ ଖାସ୍ । ଏହି ଚଳଚ୍ଚିତ୍ରରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଏକ ଖାସ୍ ସମ୍ପର୍କ । ଫିଲ୍ମର ସୁଟିଂ ଆରମ୍ଭରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସୁଟିଂ ଶେଷ ହେବା ପୂର୍ବରୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଖୁବ ଶିଘ୍ର ଉଭୟ ପିତା ମାତା ହେବା ପାଇଁ ଯାଉଛନ୍ତି । ଯେଉଁଥି ପାଇଁ ଉଭୟ ବେଶ୍ ଖୁସ୍ ମଧ୍ୟ ଅଛନ୍ତି । ଏହି କପଲଙ୍କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳୁଛି । ଉଭୟ ଏବେ ଏକାଠି ଫିଲ୍ମର ପ୍ରମୋସନରେ ନଜର ଆସୁଛନ୍ତି । ନିକଟରେ ଆଲିଆ ଏକ ଇଭଏଣ୍ଟରେ ବ୍ରହ୍ମାସ୍ତ୍ରର ଗୀତ ତେଲୁଗୁରେ ଗାଉଥିବାର ନଜର ଆସିଥିଲେ । ଯାହା ଦର୍ଶକଙ୍କ ମନକୁ ଛିଇଁଥିଲା ।

ତେବେ ଫିଲ୍ମଟି ଚଳିତ ମାସ ୯ତାରିଖରେ ରିଲିଜ୍ ହେବାପାଇଁ ଯାଉଛି । ବର୍ତ୍ତମାନ ବୁକିଂ ଆରମ୍ଭ ହୋଇଯାଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବା ପାଇଁ ମଳୁଛି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିବାର ଅନୁମାନ କରାଯାଉଛି । ଦେଶର ୩ଟି ମଲ୍ଟିପ୍ଲେକ୍ସରେ ରିଲିଜ୍ ହେବା ପାଇଁ ଯାଉଛି ଏହି ବିଗ୍ ବଜେଟ୍ ଫିଲ୍ମ । ଫିଲ୍ମର ପ୍ରାୟ ୨୫,୦୦୦ ଟିକେଚ୍ ବିକ୍ରି ସରିଛି । ଅନ୍ୟପଟେ ସୋସିଆଲ ମିଡିଆରେ ବୟକଟ୍ ବ୍ରହ୍ମାସ୍ତ୍ର ମଧ୍ୟ ଟ୍ରେଣ୍ତ କରୁଛି । ଫିଲ୍ମ ବ୍ରହ୍ମାସ୍ତ୍ରରେ ରଣବୀର ଆଲିଆଙ୍କ ବ୍ୟତିତ ଅମିତାଭ
ବଚ୍ଚନ ,ନାଗାର୍ଜୁନ୍ ,ମୌନି ରୟ ,ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ଶାହାରୁଖ ଖାନ ଓ ଦୀପିକା ପାଦୁକୋଣ ଫିଲ୍ମରେ କ୍ୟାମିଓ ଭୂମିକାରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+