ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ 'ବ୍ରହ୍ମାସ୍ତ୍ର'
ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ 'ବ୍ରହ୍ମାସ୍ତ୍ର'
ମୁମ୍ବାଇ: 'ବ୍ରହ୍ମାସ୍ତ୍ର' ପାର୍ଟ -୧ ରିଲିଜ୍ ପରଠୁ ହିଁ ଚର୍ଚ୍ଚାରେ ରହିଛି । କିଏ ସମାଲୋଚନା କରୁଛି ତ କିଏ ପ୍ରଶଂସା । ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ହେଲେ ଫିଲ୍ମଟି ତ ସୁପରହିଟ୍ ହୋଇସାରିଛି । ଆୟ ତୁଳନାରେ ଅନେକ ଫିଲ୍ମକୁ ପଛରେ ପକାଇଛି ଏହି ସୁପରହିଟ୍ ସିନେମା । ଓପେନିଂ ଦିନଠୁ ହଁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା ରଣବୀରଙ୍କ ଫିଲ୍ମ । ଏହାର କ୍ରେଜ୍ ଆଜିବି ରହିଛି ।

ଅୟାନ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର' ଏକ ଭିନ୍ନ ଦୁନିଆର କାହାଣୀ । ଫିଲ୍ମର VFXକୁ ଖୁବ ପସନ୍ଦ କରାଯାଉଛି । ଖାସ କଥା ହେଉଛି ଏହି ଫିଲ୍ମରେ ମୋଟ୍ ୪.୫୦୦ଟି VFX ଶଟ୍ ରହିଛି । ଯାହା ସିନେପ୍ରେମିଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ଏହି ସିନେମାଟି ପ୍ରିତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଫିଲ୍ମ ଜରିଆରେ ପୁରା ଟିମକୁ ସଫଳତା ମିଳିପାରିଛି । ତେବେ ଏହି ସିନେମାଟି ୧୦ ଦିନରେ ସାରା ଦେଶରେ ୨୧୫.୫୦ କୋଟି ସଂଗ୍ରହ କରିସାରିଛି । ସେହିପରି ୱାଲର୍ଡ ୱାଇଡ୍ ଆୟକୁ ଦେଖିଲେ ଫିଲ୍ମଟି ୩୦୦ କୋଟି ଅତିକ୍ରମ କରିସାରିଛି । ଯାହା ପରେ ଏହି ଫିଲ୍ମଟି ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି ।
ଫିଲ୍ମଟି ୯ ସେପ୍ଟେମ୍ବରରେ ରିଲିଜ୍ ହୋଇଥିଲା । 'ବ୍ରହ୍ମାସ୍ତ୍ର' ୫ଟି ଭାଷାରେ ଯଥା ହିନ୍ଦୀ, ତାମିଲ୍, ତେଲୁଗୁ, କନ୍ନଡ ଏବଂ ମଲାୟାଲମ ଭାଷାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ ଓ ନାଗାର୍ଜୁନ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେହିପରି ଫିଲ୍ମର ଦ୍ୱିତୀୟ ଭାଗ ୨୦୨୫ ରେ ରିଲିଜ୍ ହେବା ନେଇ ସୂଚନା ରହିଛି ।












Click it and Unblock the Notifications