Get Updates
Get notified of breaking news, exclusive insights, and must-see stories!

ଅୟାନ ମୁଖାର୍ଜୀ ଦେଲେ ନବରାତ୍ରୀ ଉପହାର, ୧୦୦ ଟଙ୍କାରେ ଦେଖନ୍ତୁ ଫିଲ୍ମ 'ବ୍ରହ୍ମାସ୍ତ୍ର'

'ଜାତୀୟ ସିନେମା ଦିବସ' ପରେ ମଧ୍ୟ ଦର୍ଶକମାନେ କମ୍ ମୂଲ୍ୟରେ 'ବ୍ରହ୍ମାସ୍ତ୍ର' ଦେଖିବାର ସୁଯୋଗ ପାଇଛନ୍ତି । ଆପଣ ଏହି ଚଳଚ୍ଚିତ୍ରକୁ ଏବେ ମାତ୍ର 100 ଟଙ୍କାରେ ଉପଭୋଗ କରିପାରିବେ ।

Brahmastra At Rs100: ଏବେ ମାତ୍ର ୧୦୦ ଟଙ୍କାରେ ଦେଖନ୍ତୁ ଫିଲ୍ମ 'ବ୍ରହ୍ମାସ୍ତ୍ର' । ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କର ନବରାତ୍ରୀ ଉପହାର । ଯାହା ଜିଣୁଛି ସିନେପ୍ରେମୀଙ୍କ ମନ । ବଦଳୁଛି ବଲିଉଡର ଟ୍ରେଣ୍ତ୍ । ଦର୍ଶକଙ୍କ ରୁଚିକୁ ନଜରରେ ରଖି କରାଯାଉଛି ମାର୍କେଟିଙ୍ଗ୍ ।

Brahmastra

୧୦୦ ଟଙ୍କାରେ ଦେଖନ୍ତୁ 'ବ୍ରହ୍ମାସ୍ତ୍ର' । ୨୩ ସେପ୍ଟେମ୍ବରରେ 'ଜାତୀୟ ସିନେମା ଦିବସ' ଅବସରରେ ଲୋକମାନେ ସାରା ଦେଶରେ ମାତ୍ର ୭୫ ଟଙ୍କା ମୂଲ୍ୟରେ ଯେ କୌଣସି ଫିଲ୍ମ ଦେଖିବାର ସୁଯୋଗ ପାଇଥିଲେ । ଦର୍ଶକ ଏହି ଅଫରର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଏବଂ ପ୍ରତ୍ୟକ ସିନେମା ଘର ହାଇସ ଫୁଲ ରହିଥିଲା । ଫଳରେ ଫିଲ୍ମ ଗୁଡିକ ଭଲ ଆୟ ମଧ୍ୟ କରିଥିଲା । ପ୍ରାୟ ସମସ୍ତ ଚଳଚ୍ଚିତ୍ର ଭଲ ଆୟ କରିଥିଲା ।

ସେଥିରେ ନିକଟରେ ରିଲିଜ୍ ହୋଇଥିବା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ନା' ମଧ୍ୟ ସାମିଲ ଅଛି । 'ଜାତୀୟ ସିନେମା ଦିବସ' ଅବସରରେ ଏହି ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମଟି ପ୍ରାୟ ୧୦ କୋଟିର ଆୟ କରିଥିଲା । ଏବେ ପୁଣି ଆପଣ ମାନେ ଖୁବ କମ୍ ଟଙ୍କାରେ ଏହି ଫିଲ୍ମର ଟିକେକ୍ କିଣିପାରିବେ ।

ମାତ୍ର 100 ଟଙ୍କାରେ ଦେଖିନ୍ତୁ 'ବ୍ରହ୍ମାସ୍ତ୍ର'
ଏବେ ସ୍ୱଳ୍ପ ମୂଲ୍ୟରେ ପୁନର୍ବାର 'ବ୍ରହ୍ମାସ୍ତ୍ର' ଦେଖି ପାରିବେ ଦର୍ଶକ । 'ଜାତୀୟ ସିନେମା ଦିବସ' ଦିନ ଯଦି ଆପଣ କମ୍ ମୂଲ୍ୟରେ 'ବ୍ରହ୍ମାସ୍ତ୍ର' ଦେଖିବା ପାଇଁ ଚାହୁଁଥିଲେ କିନ୍ତୁ ଏହି ସୁଯୋଗକୁ ଆପଣଙ୍କର ହାତଛଡ଼ା ହୋଇଯାଇଥିଲା, ତେବେ ଆପଣଙ୍କ ପାଇଁ ଏହା ଏକ ଖୁସି ଖବର ନିଶ୍ଚୟ । ବର୍ତ୍ତମାନ ଆପଣ ଏହି ଚଳଚ୍ଚିତ୍ରକୁ ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ । ଏହା ଆମେ ନୁହେଁ, ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଘୋଷଣା କରିଛନ୍ତି ।

ରବିବାର ସୋଶାଲ ମିଡିଆରେ ଏକ ଭିଡିଓ ସେୟାର କରି ଆୟାନ ମୁଖାର୍ଜୀ ସୂଚନା ଦେଇଛନ୍ତି । ତାଙ୍କ ପୋଷ୍ଟ ଅନୁଯାୟୀ, ନବରାତ୍ରୀର ପ୍ରଥମ ଦିନ ଅର୍ଥାତ୍ ଆଜିଠୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଦର୍ଶକ ଫିଲ୍ମ 'ବ୍ରହ୍ମାସ୍ତ୍ର' ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ । ଫିଲ୍ମର ଅଧିକ ଆୟ ଓ ଦର୍ଶକଙ୍କୁ ଇମପ୍ରେସ କରିବା ପାଇଁ ଫିଲ୍ମ ମେକର ଏପରି ନିଷ୍ପତ୍ତି ନେଇଛନ୍ତି ।

ଅୟାନ ମୁଖାର୍ଜୀଙ୍କର ନବରାତ୍ରୀ ଗିଫ୍ଟ
ଅୟାନ ମୁଖାର୍ଜୀ ଇନଷ୍ଟାଗ୍ରାମରେ 'ବ୍ରହ୍ମାସ୍ତ୍ର'ର ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ' ଜାତୀୟ ସିନେମା ଦିବସରେ ଆମେ ଏହା ଅନୁଭବ କଲୁ ଯେ, ଉଚିତ୍ ଟିକେଟ୍ ମୂଲ୍ୟରେ ଅଧିକରୁ ଅଧିକ ଦର୍ଶକ ଫିଲ୍ମ ଦେଖିବାର ସୁଯୋଗ ପାଇପାରିବେ । ଏହା ସହ ଅଧିକରୁ ଅଧିକ ଦର୍ଶକ ସିନେମା ହଲ ଆସି ଫିଲ୍ମ ଦେଖିବାର ମଜା ନେଇ ପାରିବେ । ନୂଆ କଥା ଶିଖିବା ସହ ଏହାକୁ ପ୍ରୟୋଗ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ନବରାତ୍ରି ସେଲିବ୍ରେସନ୍ ସହ ଦର୍ଶକ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ମଧ୍ୟ ମଜା ନିଅନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+