'ବ୍ରହ୍ମାସ୍ତ୍ର' ପାର୍ଟ -୨ରେ କିଏ ହେବେ ଦେବ୍, ଚର୍ଚ୍ଚାରେ ୩ଟି ନାଁ

'ବ୍ରହ୍ମାସ୍ତ୍ର' ପାର୍ଟ -୨ରେ କିଏ ହେବେ ଦେବ୍, ଚର୍ଚ୍ଚାରେ ୩ଟି ନାଁ ,'ବ୍ରହ୍ମାସ୍ତ୍ର' ପାର୍ଟ -୨ରେ କିଏ ହେବେ ଦେବ୍

ମୁମ୍ବାଇ: 'ବ୍ରହ୍ମାସ୍ତ୍ର' ପାର୍ଟ -୧ ରିଲିଜ୍ ପରଠୁ ହିଁ ବେଶ୍ ଚର୍ଚ୍ଚାରେ ରହିଛି । ଆୟରେ ତୁଳନାରେ ଅନେକ ଫିଲ୍ମକୁ ପଛରେ ପକାଇଛି ଏହି ସୁପରହିଟ୍ ଚଳଚ୍ଚିତ୍ରଟି । ଓପେନିଂ ଦିନଠୁ ହଁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହାର କ୍ରେଜ୍ ଆଜିବି ଦେଖିବା ପାଇଁ ମିଳୁଛି । ଦିନକୁ ଦିନ ଫିଲ୍ମର କେଲେକ୍ସନ ବଢିବା ସହ ନୂଆ ନୂଆ ରେକର୍ଡ ସୃଷ୍ଟି କରିଛି । ଫିଲ୍ମଟି ୫ ଦିନରେ ୧୫୦ କୋଟିର ଆୟ କରିଛି ।

Brahmastra 2

କେବେ ରିଲିଜ୍ ହେବ 'ବ୍ରହ୍ମାସ୍ତ୍ର' ପାର୍ଟ -୨
ଦର୍ଶକଙ୍କ ମଧ୍ୟରେ ଫିଲ୍ମର କ୍ରେଜକୁ ନଜରରେ ରଖି ଅୟାନ ମୁଖାର୍ଜି 'ବ୍ରହ୍ମାସ୍ତ୍ର' ପାର୍ଟ -୨କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆଜ୍ଞା ହଁ ଏହି ସୁପରହିଟ୍ ଫିଲ୍ମର ପାର୍ଟ-୨ ୨୦୨୫ରେ ରିଲିଜ୍ ହେବ । ଦ୍ୱିତୀୟ ଭାଗର ନାମ ବ୍ରହ୍ମାସ୍ତ୍ର' ପାର୍ଟ -୨ ଦେବ ରହିବ । ଏହି ସିନେମାର ପାର୍ଟ-୨ରେ ଦେବର କାହଣୀ ଦେଖିବା ପାଇଁ ମିଳିବ । ତେବେ କିଏ ଦେବ ଭୂମିକାରେ ନଜର ଆସିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Brahmastra 2

ଗୋଟେ ପଟେ ରଣବୀର ସିଂଙ୍କ ନାଁକୁ ନେଇ ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ହ୍ରିତିକ ରୋଶନଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେହିପରି କାର୍ତ୍ତିକ ଆର୍ଯ୍ୟନଙ୍କ ନାଁ ମଧ୍ୟ ଶୁଣିବା ପାଇଁ ମିଳୁଛି । ହେଲେ ଏପର୍ଯ୍ୟନ୍ତ ଫିଲ୍ମ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଆଗାମୀ ଦିନରେ ହିଁ ଏହି ଖବରର ସତ୍ୟତା ବିଷୟର ଜାଣିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+